ରାଜ୍ୟରେ ଅଦିନିଆ ଲଗାଣ ବର୍ଷା ପ୍ରଭାବ ରେ ଅଧିକ କ୍ଷତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ରଣପୁର ବ୍ଲକର ଗଣ୍ଡିବେଢ଼ ଅଞ୍ଚଳ ର ଦୁଇ ଜଣ ଚାଷୀ ଉଜୁଡା ଫସଲ ପାଇଁ ଚିନ୍ତା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି।ଆଜି ମଧ୍ୟାହ୍ନ ରେ ସିପିଆଇ (ଏମ ) ଏକ ପ୍ରତିନିଧି ଦଳ ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ବାସୁଦିଆ ଓ ବଳଭଦ୍ରପୁର ଗ୍ରାମ ଗ୍ରସ୍ତ କରି ଉଭୟ ମୃତକ ଚାଷୀ ପରିବାର ଓ ଗ୍ରାମ ବାସୀ ମାନଙ୍କ ସହ ସାକ୍ଷାତ କରି ମୃତ୍ୟୁ ର କାରଣ ବୁଝିବା ସହ ଉଜୁଡା କ୍ଷେତ ବୁଲି ଦେଖିଥିଲେ। ବାସୁଦିଆ ଗ୍ରାମର ମୃତ ଚାଷୀ ଦେବରାଜ ବାରିକ ୬୧ ବର୍ଷ ଚାଷ କରିଥିବା ନିଜର ୩ ମାଣ ସହ ଭାଗ ଚାଷ ରେ ୫ମାଣ ମୋଟ ଦୁଇ ଏକର ଜମିର ଧାନ ଫସଲ ର ଅଧିକ ଗଜା ଓ ଗମୁ ହୋଇ ଥିବାର ଜାନୁୟାରୀ ୧ ତାରିଖ ଦିନ ଦେଖି ଘରକୁ ଫେରି ଚିନ୍ତାରେ ସମ୍ପୂର୍ଣ ଭାଙ୍ଗି ପଡିଥିବା କଥା ନିଜ ସ୍ତ୍ରୀ ଓ ପୁଅ ମାନଙ୍କୁ ଦୁଃଖ ରେ କହି କହି ଟଳି ପଡିବା ରେ ତାଙ୍କୁ ସଙ୍ଗେ ସଙ୍ଗେ ରଣପୁର ମେଡିକାଲ କୁ ନେଇଥିଲେ। ଡାକ୍ତର ବାବୁ ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭଲଭଦ୍ରପୁର ଗ୍ରାମର ଚାଷୀ ଭଗବାନ ପ୍ରଧାନ, ୬୪ ବର୍ଷ,ଚାଷ କରିଥିବା ତିନି ଏକର ଜମିର ଦେଢ଼ ଏକର ଜମିର ଧାନ ଫସଲରେ ଏବେ ପାଣି ମାଡି ରହିଥିଲା ବେଳେ ଦେଢ଼ ମାଣ ଧାନ କଟା ହୋଇ ତଳେ ପଡି ଗଜା ହୋଇଥିବାର ଗତ ୧ ଜାନୁୟାରୀ ଦିନ ବିଲକୁ ଯାଇ ଦେଖି ସନ୍ଧ୍ୟାରେ ଘରକୁ ଫେରିଥିଲେ। ଫସଲ ର କ୍ଷତି ସମ୍ପର୍କରେ ନିଜ ସ୍ତ୍ରୀ ସୁମା ମଣି ପ୍ରଧାନ କୁ କହୁଥିଲା ବେଳେ ହଠାତ ସେଠାରେ ଟଳି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ରଣପୁର ଡାକ୍ତର ଖାନାକୁ ନେଇ ଥିଲେ।ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ବାବୁ ରେଫର କରିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନେଇ ଚିକିତ୍ସା କରୁଥିବା ସମୟରେ ଗତକାଲି ତାଙ୍କର ମୃତ୍ୟୁ ଘଟିଲା। ପରିବାର ଓ ଗ୍ରାମ ବାସୀ ଙ୍କ କହିବା ଅନୁଯାୟୀ ଋଣ ଭାର ଶୁଝିବା ସଙ୍କଟ ଓ ବର୍ଷକର ପରିବାର ଚଳଣି ର ଭାରାକ୍ରାନ୍ତ ହିଁ ଚାଷୀ ଦୁହିଁଙ୍କ ର ମୃତ୍ୟୁ ର କାରଣ ହୋଇଥିବାରୁ ସରକାର ଉଭୟ ମୃତକ ଚାଷୀ ପାରିବାରଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ସହ କୃଷି ଋଣ ସମ୍ପୂର୍ଣ ଛାଡ଼ କରିବା ପାଇଁ ପାର୍ଟି ତରଫରୁ ଦାବୀ କରାଯାଇଛି। ରଣପୁର ଅଞ୍ଚଳରେ ଚାଷୀ ବର୍ଷା ଭୟରେ କିମ୍ବା ବର୍ଷାରୁ ଉଦ୍ଧାର କରିଥିବା କଞ୍ଚା ଓ ଓଦା ଅମଳ ଧାନ କୁ ସରକାର ଏପର୍ଯ୍ୟନ୍ତ ମଣ୍ଡି ଖୋଲି କିଣି ନ ଥିବାରୁ ବାଧ୍ୟ ହୋଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୩୧ ସହ ଟଙ୍କାରେ ଧାନକୁ ୧୯ ସହ ଟଙ୍କାରେ ଖୁଚୁରା ବେପାରିଙ୍କୁ ଅଭାବି ବିକ୍ରି କରି ଘୋର କ୍ଷତିର ସମ୍ମୁଖୀନ ହେଉଛି। ବୋଝ ଉପରେ ଲଳିତା ବିଡା ଭଳି ଚାଷୀର ଦୁଃଖ ପରିସ୍ଥିତି ରେ ସରକାର, ପ୍ରଶାସନ ନୀରବ ଦ୍ରଷ୍ଟା ସାଜି ଧାନ ମଣ୍ଡି ଖୋଲିବା ପ୍ରତି ବ୍ୟଗ୍ରତା ନ ଥିବା ହିଁ ପ୍ରଶାସନ ର ନିଷ୍କ୍ରିୟତା କୁ ପଦାରେ ପକାଇଛି ବୋଲି କୁହା ଯାଇଛି। ସରକାର, ପ୍ରଶାସନ ଓ ମିଲି ମାଲିକ ର ଆସାଧୁ ମେଣ୍ଟ ଚାଷୀର କୃତ୍ରିମ ଅଭାବ କୁ ଅଧିକରୁ ଅଧିକ କରୁଥିଲା ବେଳେ ଚାଷୀ ର ମୃତ୍ୟୁ କୁ ଅନ୍ୟ ରୂପ ଦେବା ପାଇଁ ହୀନ ଉଦ୍ୟମ ଚାଲିଥିବାର ଅଭିଯୋଗ କରାଯାଇଛି.। ସରକାର ତୁରନ୍ତ ମଣ୍ଡି ଖୋଲି ବିନା କଟନୀ ଛଟଣୀ ରେ ଚାଷୀ ଠାରୁ ଧାନ କିଣି, ଚାଷୀକୁ ଋଣ ଛାଡ ସହ ବ୍ୟାପକ ଚାଷ ଋଣ ତୁରନ୍ତ ଯୋଗାଈ ଦେବାକୁ ପ୍ରତିନିଧି ମଣ୍ଡଳୀ ଦାବୀ କରିଛନ୍ତି। ନଚେତ ପାର୍ଟି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି
ଏହି ପ୍ରତିନିଧି ମଣ୍ଡଳୀ ରେ ପାର୍ଟିର ଜିଲ୍ଲା ସମ୍ପାଦକ ତଥା କୃଷକ ସଭାର ଜିଲ୍ଲା ନେତା ହରିଶ୍ଚନ୍ଦ୍ର ମିଶ୍ର , ଶ୍ରମିକ ନେତା ସୁରେଶ ସ୍ଵାଇଁ,କ୍ଷେତ ମୂଳିଆ ନେତା ଦୁଃଶାସନ ଜେନା , ଚାଷୀ ନେତା ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି ମହିଳା ନେତ୍ରୀ ସଂଯୁକ୍ତା ସେଠୀ, ଓ କୁଳମଣି ପଲେଇ ପ୍ରମ୍ମୁଖ ଯୋଗ ଦେଇ ମୃତକ ପରିବାର କୁ ସାକ୍ଷାତ କରିଥିଲେ।
ଉଜୁଡା ଫସଲ ଯୋଗୁଁ ମୃତ ଦୁଇ ଚାଷୀ ପରିବାରଙ୍କୁ ଭେଟିଲେ ସିପିଆଇ (ଏମ) ପ୍ରତିନିଧି ଦଳ
