ନୟାଗଡ଼ ଜିଲ୍ଲା ବାଲୁଗାଁ ପ୍ରମିୟର ଲିଗ୍ ଫାଇନାଲ୍ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ୧୬ଟି ଟିମକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଇଟାମାଟି ଏମ୍ଏନସିସି ଟଚ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସମସ୍ତ ଉଇକେଟ ହରାଇ ଇଟାମାଟି ଦଳ ୯୬ ରନ୍ ସଂଗ୍ରହ କରିଥିଲେ । ପରେ କଇଥ ଗାଡ଼ିଆ କ୍ରିକେଟ୍ କ୍ଲବ ଧୁଆଁଧାର ବ୍ୟାଟିଂ କରି ୩ଟି ଉଇକେଟ୍ ବିନିମୟରେ ବିଜୟୀ ହୋଇଥିଲେ । କଇଥ ଗାଡ଼ିଆ କ୍ରିକେଟ୍ କ୍ଲବ ଚାମ୍ପିୟାନ ଟ୍ରଫି ହାସଲ କରିଥିବା ସୂଚନା ମିଳିଛି । ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବା ଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ , କ୍ଷୀରୋଦ ମହାପାତ୍ର, ଯୁବ ବିଜେଡ଼ି ସଭା ପତି ଦୁର୍ଯ୍ୟୋଧନ ବେହେରା , ଛାତ୍ର ବିଜେଡ଼ି ସଭାପତି ନୀଳମାଧବ ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ଓ ସମିତି ସଭ୍ୟ କବିତା ନାୟକଙ୍କ ସହଯୋଗ ଓ ଉପସ୍ଥିତି କ୍ରୀଡ଼ା ବିତ୍ଙ୍କୁ ଉତ୍ସାହିତ କରିଥିଲା ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୫ ଦିନ ଧରି ଅନୁଷ୍ଠିତ ହେଉଥିଲା ।