ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ର ନିଜସ୍ୱ ହାତ ପାଣ୍ଠି ଟଙ୍କା କୁ ମନଇଛା କଲେଜ ଅଧକ୍ଷ ଲଷ୍ମୀକନ୍ତ ପଣ୍ଡା ମହାବିଦ୍ୟାଳୟ ର ପରିଚାଳନା କମିଟି ର ଅଗୋଚରରେ ଅନିୟମିତତା ଭାବେ ଖର୍ଚ୍ଚ କରିଥିବା ଏବଂ ରାତି ଅଧିଆ ପରିଚାଳନା କମିଟି ର ଦସ୍ତଖତ କରିବା ଅଭିଯୋଗ ରେ ସୋମବାର ଦିନ କଲେଜ ସମୁଖ ରେ ଅଧ୍ୟାପକ ମାନେ ଧାରଣାଦେଇଛନ୍ତି l ସୂଚନା ମୁତାବକ ପରିଚାଳନା କମିଟି ସଦସ୍ୟ ତଥା ଅଧ୍ୟାପକ ଅଖିଳ ବିହାରୀ ହୋତା ଓ ଅଧ୍ୟାପିକା ଶର୍ମିଳା ଦାସ ଙ୍କ ସୂଚନା ମୁତାବକ କଲେଜର ଅଧ୍ୟକ୍ଷ ଲଷ୍ମୀକନ୍ତ ପଣ୍ଡା ପରିଚାଳନା କମିଟିର ସୁପାରିସ କ୍ରମେ ହାତ ପାଣ୍ଠି ଖର୍ଚ୍ଚ କରିବା ର ନିୟମ ଥିଲେ ମଧ୍ୟ ଏହାକୁ ଖାତିର ନ କରି ନିଜେ ଷୋହଳ ଲକ୍ଷ ଅଣତିରିଶ ହଜାର ଛଅ ସତ ନଅ ଟଙ୍କା ଅର୍ଥ ମନଇଛା ଖର୍ଚ କରିବା କେତେଦୂର ଯଥାର୍ଥ ବୋଲି ଜଣାଇଥିଲେ ଏବଂ ଏହା ପୂର୍ବରୁ କଲେଜ ର ଉନ୍ନତି ନିମନ୍ତେ ଆସିଥିବା ଟଙ୍କା ର ସଦୁପଯୋଗ ହୋଇନଥିବା ଅଭିଯୋଗ କୁ ଭିତ୍ତି କରି ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦେଶ କ୍ରମେ ସ୍ୱତନ୍ତ୍ର ଯାଞ୍ଚ ପାଇଁ ଏକ ପ୍ରରିନିଧି ଦଳ ଯାଞ୍ଚ କରିବା ପରେ ଅଧକ୍ଷ ଚଞ୍ଚକତା ପୂର୍ଣ୍ଣ ଭାବେ ପରିଚାଳନା କମିଟି ର ବୈଠକ ଡକlନଯାଇ ରାତିରେ ଖାତା ବୁଲାଇ ଦସ୍ତଖତ କରାଯାଇଛି ବୋଲି ଧାରଣରତ ଅଧ୍ୟାପକ ମାନେ ଅଭିଯୋଗ ଆଣିଥିଲେ l

ଏହାର ପ୍ରତିବାଦ ରେ ଉଚ୍ଚ ସ୍ତରୀୟ ବିଭାଗୀୟ ଅଧିକାରୀ ଙ୍କୁ ଜଣା ଯାଇଛି ଏବଂ ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଖବର ପରିପ୍ରକାଶ ହେବବୋଲି ଜଣାଇଥିଲେ l ଏ ନେଇ କଲେଜ ଅଧକ୍ଷ ଙ୍କ ଦାୟିତ୍ୱରେ ଥିବା ଅଧ୍ୟାପକ ଅଶୋକ କୁମାର ଦାସ କହିଛନ୍ତି ଏ ବିଷୟରେ ମୁଁ କିଛି କହିପାରିବିନି,ଏ ସବୁ କଲେଜ ର ଅଭ୍ୟନ୍ତରୀଣ କଥା ବୋଲି ମତ ପ୍ରକାଶ କରିଥିଲେ ।ଆଉ ଦେଖିବାକୁ ବାକି ରହିଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷ କେବେ ଏହାର ତଦନ୍ତ କରି ଏହାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ ଦ୍ଵାରା ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କ ମନରେ ହସ ଫୁଟାଇ ପାରୁଛନ୍ତି ।