ନୟାଗଡ଼ ବନ ଖଣ୍ଡ କାର୍ଯ୍ୟାଳୟ ରେ ପହଁଚିଲା ମହାପ୍ରଭୁ ଙ୍କୁ ଆଜ୍ଞାମାଳ ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡ଼ ମୂଳ ସ୍ଥିତବଡ଼ ରାଉଳି ପୀଠ ରେ ରଥ କାଠ ଅନୁକୂଳ ହେବ, ଚଳିତ 2025ମସିହା ମହାପ୍ରଭୁ ଙ୍କ ଘୋଷ ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ, ଆଜି ବଡ଼ ରାଉଳିପୀଠ ରେ ମହା ପ୍ରଭୁ ଙ୍କୁ ଆଜ୍ଞା ମାଳ ପହଂଚିବା ପରେ ପୂଜା ଅର୍ଚନା କରାଯାଇ ରଥ କାଠ ଅନୁକୂଳ ହେବ, ଏ ନେଇ ଗତକାଲି ସନ୍ଧ୍ୟା ରେଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ତତ୍ୱାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ, ଲକ୍ଷ୍ମଣ ମହାପାତ୍ର,ଭୋଇସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ରାକେଶ ରାୟ ଶ୍ରୀ ମନ୍ଦିର ରୁ ମହା ପ୍ରଭୁ ଙ୍କ ଆଜ୍ଞାମାଳ ମହାର୍ଦ ନେଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଙ୍କୁ କାର୍ଯ୍ୟା ଳୟପରିସର ରେ ପହଂଚିଛନ୍ତି,ନୟାଗଡ଼ ବନ ଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଏହି 4ଜଣିଆ ଦଳକୁ ସ୍ୱାଗତ କରିଥିଲେ, ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆସିଥିବା ଏହି 4ଜଣିଆ ଟିମ ବନଖଣ୍ଡ ଅଧିକାରୀ ଙ୍କୁ କାର୍ଯ୍ୟା ଳୟ ରେ ଗତ କାଲି ରାତ୍ରି ଯାପନ କରିବା ପରେ ଆଜି ସକାଳୁ ବଡ଼ ମୂଳ ବଡ଼ ରାଉଳି ଅଭିମୁଖେ ଗସ୍ତ କରିଛନ୍ତି, ସେଠାରେ ପହଂଚିବା ପରେ ପ୍ରଥମେ ବେଠିଆ ସାହି ଦଧିବାମନ ଜୀଉ ମନ୍ଦିର ରେ ପୂଜା ଅର୍ଚନା କରାଯିବ,

ପରେ 11ଘଟିକା ସମୟ ରେ ବଡ଼ ରାଉଳି ପୀଠରେ ପୂଜା ଅର୍ଚନା କରା ଯିବା ପରେ ରଥ କାଠ କଟା ଆରମ୍ଭ ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି,ଚଳିତ ବର୍ଷ ରଥ ନିର୍ମାଣ ପାଇଁ 865ଖଣ୍ଡ ରଥ କାଠ ଆବଶ୍ୟକ ରହିଥିବା ବେଳେ ଗତ ବର୍ଷ ର 51ଖଣ୍ଡ ରଥ କାଠ ରଥ ଖଳା ରେ ଗଛିତ ରହିଛି, ରଥ କାଠ କଟା ଯିବା ପରେ ଆସନ୍ତା ଜାନୁଆରୀ ମାସ ଶେଷସପ୍ତାହ ସୁଦ୍ଧା ଦଶପଲ୍ଲା ରୁ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀ ରଥ ଖଳା କୁ ପଠାଯିବ ବୋଲି ସୂଚନା ମିଳିଛି