ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ସ୍ତରୀୟ ଜନ ସଂପର୍କ ପଦଯାତ୍ରା 11ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ଜନ ସମ୍ପର୍କ ପଦଯାତ୍ରାରେ ନୟାଗଡ଼ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ଦଶପଲ୍ଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ଆଠ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା , ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ସମେତ ଗଣିଆ ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ,ସରପଞ୍ଚ ,ସମିତି ସଭ୍ୟ , ସମସ୍ତ ଜନ ପ୍ରତିନିଧି ,ଦଳୀୟ କର୍ମକର୍ତ୍ତା , ଶୁଭେଚ୍ଛୁ , ସମର୍ଥକ , ବିଜୁ ପ୍ରେମି ଯୋଗ ଦେଇଥିଲେ । ଗଣିଆ ବଜାର ଗାନ୍ଧୀ ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଥା ପୂର୍ବତନ ମନ୍ତ୍ରୀ ରୁଦ୍ର ମାଧବ ରାୟଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ଏହି ପଦଯାତ୍ରା ରେ ପ୍ରାୟ ହଜାର ହଜାର ଜନସାଧାରଣ ସାମିଲ ହୋଇ ଥିବାର ଦେଖାଯାଏ । ପ୍ରଥମେ ଏହି ପଦଯାତ୍ରା ଗଣିଆ ବିଜୟନଗର ଗ୍ରାମ ର ଆରାଧ୍ୟା ଦେବତା ଶନିଶ୍ଚର ଦେବଙ୍କ ପୀଠ ରୁ ବାହାରି ପ୍ରାୟ ଦୁଇ କିଲୋମିଟର ରାସ୍ତା ଦେଇ ସମଗ୍ର ଗଣିଆ ଗ୍ରାମ ତଥା ବଜାର ପରିକ୍ରମା କରି ଗଣିଆ ଚୌବଙ୍ଗ ତୋଟା ସଭାସ୍ଥଳରେ ପହଞ୍ଚିଥିଲା ।

ଉକ୍ତ ସଭାସ୍ଥଳରେ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ବିଜେପି ସରକାରକୁ ଆକ୍ଷେପ କରି ଜନସାଧାରଣଙ୍କ ସମ୍ମୁଖରେ ବର୍ଷିଥିଲେ । ନବୀନ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଉନ୍ନୟନ ମୂଳକ ଯୋଜନା କରିଥିଲେ । କିନ୍ତୁ ଓଡ଼ିଶାର ଅତି ସରଳ ବିଶ୍ୱାସୀ ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଥିବା ଡବଲ ଇଞ୍ଜିନ ବିଜେପି ସରକାର କିଭଳି ଭାବେ ଲୋକମାନଙ୍କୁ ଠକୁଛି , ସେଇ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ହାତରେ ପ୍ଲାକାର୍ଡ ପ୍ରଦର୍ଶନ କରାଇ ବିଭିନ୍ନ ନାରାବାଜି ଦେଖିବାକୁ ମିଳିଛି ।ଆଜିକାର ସରକାର ଏକ ଧପାବାଦ ଓ ମିଛୁଆ ସରକାର ବୋଲି ବିଧାୟକ ରମେଶ ବେହେରା ମହୋଦୟ ସଭାରେ ବାର୍ତ୍ତା ପ୍ରଦାନ କରିଥିଲେ ।

ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ସରକାର ଭତ୍ତା ଠାରୁ ଆରମ୍ଭକରି ଶୁଭଦ୍ରା ଯୋଜନା , 300 ୟୁନିଟ ବିଦ୍ୟୁତ୍ ,ଓଡ଼ିଆ ଅସ୍ମିତା ,ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ଓ ବିଭିନ୍ନ ଦରଦାମ ବୃଦ୍ଧି ଆଦି ସମସ୍ତ କ୍ଷେତ୍ରରେ ମିଛ କହି ଚାଲିଛନ୍ତି ।ମାଙ୍କଡ ହାତରେ ଶାଳଗ୍ରାମ ପରି ଏଇ ଶାସନ ଚାଲିଛି ବୋଲି ବିଧାୟକ ବେହେରା କହିଛନ୍ତି । ଏ ସରକାର ସମସ୍ତ ପ୍ରତିଶ୍ରୁତିକୁ ଭୁଲିଯାଇ କେବଳ ରଙ୍ଗ ବଦଳେଇବା କାମରେ ଲାଗି ପଡ଼ିଛି । ଆଗାମୀ ଦିନରେ ପୁଣିଥରେ ବିଜୁ ଜନତା ଦଳ ସରକାର ଗଢ଼ିବ ଓ ଆଗାମୀ ଦିନରେ ଭୋଟର ମାନେ ତଥା ଜନ ସାଧାରଣ ଉଚିତ୍ ଜବାବ୍ ଦେବେ ବୋଲି ବିଜେଡି ର ସମସ୍ତ ନେତୃବୃନ୍ଦ ମତ ଦେଇଛନ୍ତି