୪ବର୍ଷର ନାବାଳିକା ଦୁଷ୍କର୍ମକାରୀ କୁ ୨୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ପୋକ୍ସ କୋର୍ଟ । ଦଣ୍ଡ ପାଇଥିବା ଅଭିଯୁକ୍ତ ହେଲେ ରଣପୁର ଥାନା ଗୋଡ଼ିମଡ଼ା ଗାଁର ରବିନ୍ଦ୍ର ନାହକ । ଗତ ଜୁନ୍ ମାସ ୧୦ ତାରିଖରେ ଅଭିଯୁକ୍ତ ରବିନ୍ଦ୍ର ତାର ବାପା କୁ ଚିକିତ୍ସା କରିବା ପାଇଁ ଆଣିଥିବା ସମୟରେ ନାବାଳିକାର ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାକୁ ଦୁଷ୍କର୍ମ କରିବା ସହ ଅମାନୁଷିକ କାର୍ଯ୍ୟ କରିଥିଲା। ଏ ସମ୍ପର୍କରେ ନାବାଳିକାର ବାପା ରଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୧୪/୨୪ରେ ମାମଲା ରୁଜୁ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିଲା । ମାନ୍ୟବର କୋର୍ଟ ମଧ୍ୟ ତ୍ବରୀତ ଭାବେ ଏହାର ଶୁଣାଣୀ କରି ୪ ମାସ ମଧ୍ୟରେ ରାୟ ଶୁଣାଇଛନ୍ତି । ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।ଏହା ସହିତ ନାବାଳିକାର ପରିବାରକୁ ୬ଲକ୍ଷ ଟଙ୍କାର କ୍ଷତି ପୁରଣ ଦେବାକୁ କୋର୍ଟ ଜିଲ୍ଲା ଆଇନ୍ ସେବା ପ୍ରାଧୀ କରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ନାୟୀକ ଇତିହାସରେ ୪ ମାସ ଭିତରେ ନ୍ୟାୟ ପ୍ରଦାନ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ଦାଶରଥି ସାହୁ ପ୍ରକାଶ କରିଛନ୍ତି ।