ନୟାଗଡ଼ ପାଣିପୋଇଲା ବଙ୍ଗଳା ପ୍ରାଙ୍ଗଣରେ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନୋଜ କୁମାର ସାହୁଙ୍କ ସଭାପତିତ୍ଵରେ ଚିନିକଳର କର୍ମଚାରୀ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ସରକାରଙ୍କ ସହିତ ଚିନିକଳଚଲାଇବା ପାଇଁ ସମସ୍ତ ପ୍ରକାର ସହଯୋଗ ଓ ଶ୍ରମିକ ସଂଘ ସାଂଗଠନିକ ଏକତ୍ରିକରଣ ପାଇଁ ଗୁରୁତ୍ବାରୋପ କରାଯାଇଥିଲା ।

କ୍ରିୟାନୁଷ୍ଠାନ କମିଟିର ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ନୟାଗଡ଼ ଜିଲ୍ଲାରେ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ମୁତାବକ ନୂଆ ଚିନିକଳ ସ୍ଥାପନ ପାଇଁ ଉଦ୍ୟମକୁ ପ୍ରଶଂସରା କରାଯାଇଛି । ନୂଆ ଚିନି କଳ ସ୍ଥାପନ ପୂର୍ବରୁ ଚାଷୀ କିଭଳି ମାନସିକ ସ୍ତରରେ ପ୍ରସ୍ତୁତ ହେବେ, ସେ ନେଇ ଆଜି ଆଲୋଚନା କରାଯାଇଥିଲା । ଆସନ୍ତା ୧୨ ତାରିଖ ପାଣିପୋଇଲା ଡାକବଙ୍ଗଳା ଠାରେ ଏକ ଚାଷୀ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ନୟାଗଡ଼ରେ ଚିନିକଳ ସ୍ଥାପନ ଏବଂ ଆଖୁ ଚାଷ କୁ ପୁନଃ ପ୍ରଚଳିତ କରିବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟ କରିବ ବୋଲି ସଭାପତି କହିଛନ୍ତି ।