ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ତା.୧୫.୧୧.୨୦୨୪ ରିଖ ଦିନ ଟାକରା ଉଚ୍ଚବିଦ୍ୟାଳୟ,ଦଶପଲ୍ଲା ପରିସରରେ ପାଳନ କରାଯିବା ନିମନ୍ତେ ଅଦ୍ୟ ତା.୧୧.୧୧.୨୦୨୪ ରିଖ ଅପରାହ୍ନ ୫ ଘଟିକା ସମୟରେ ସଦ୍ ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଆବା (ଠାକୁର)ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA) ପାଳନ ଅବସରରେ ତା.୧୫.୧୧.୨୦୨୪ ରିଖ ଠାରୁ ତା.୨୬.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଜନ ଜାତି ବହୁଳ ମୋଟ ୧୧୩ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରଶାସନ ତରଫରୁ ଗ୍ରାମ ସଭାମାନ କରାଯିବ । ଏଥିରେ ଦଶପଲ୍ଲା ବ୍ଲକର ୧୧୦ ଟି ଗ୍ରାମ । ନୂଆଗାଁ ବ୍ଲକର ୨ଟି ଗ୍ରାମ ଏବଂ ଗଣିଆ ବ୍ଲକର ୧ଟି ଗ୍ରାମ ସର୍ବମୋଟ ୧୧୩ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଧରିତ୍ରୀ ଆବା (ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA) ପାଳନ ଅବସରରେ ଟାକରା ଉଚ୍ଚ ବିଦ୍ୟାଳୟରେ ବିଭାଗୀୟ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯିବା ପାଇଁ ସ୍ଥିର କରାଯାଇଛି ।ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।