ଖଣ୍ଡପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଲୋକ ପ୍ରିୟ ଜନତା ସ୍ୱାଗତ ମହେନ୍ଦ୍ର କୁମାର ସ୍ୱାଇଁ ଙ୍କ ର ୭ଶ୍ରାର୍ଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ଜନ୍ମସ୍ଥାନ ଵେଣାଗାଡିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି ଶ୍ରଦ୍ଧାଞ୍ଜଳି ସଭା ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପ୍ରିୟ ଜନନେତା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମହେନ୍ଦ୍ର କୁମାର ସ୍ୱାଇଁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତି ଚାରଣ ସଭାରେ ସଂଯୋଜନା କରିଥିଲେ ତାଙ୍କର ସୁପୁତ୍ର ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ। ସ୍ମୁତି ଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ରମେଶ କୁମାର ବେହେରା, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ବରିଷ୍ଠ ଆଇନଜୀବି ଗିରିଜା ତରାସିଆ , ରଣଜୀତି ଦାସ , ପ୍ରାଧ୍ୟାପକ ସତ୍ୟ ନାରାୟଣ ଆଚାର୍ଯ୍ୟ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂଙ୍କ ସମେତ ଭାପୁର ବିଜେପି ଜିଲ୍ଲା ସଭାପତି ଗୟାଧର ପରିଡ଼ା, ପୂର୍ବତନ ବିଧାୟକ ସୈମ୍ୟରଞନ ପଟ୍ଟନାୟକ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପ୍ରିୟ ଜନନେତା ଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।

ଖଣ୍ଡପଡ଼ା ଅଞ୍ଚଳ ର ଜଣେ ଜନନେତା ଭାବେ ପରିଚିତ ଥିବା ମହେନ୍ଦ୍ର କୁମାର ସ୍ୱାଇଁ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଅନେକ କିଛି ଜନ ହିତକାରୀ କାର୍ଯ୍ୟ କରି ଯାଇଛନ୍ତି। ଯାହା ତାଙ୍କୁ ସବୁଦିନ ପାଇଁ ଚିରସ୍ମରଣୀୟ କରି ରଖିବ ବୋଲି ବିଜେପିର ନେତାମାନେ ପ୍ରମୁଖ ମତ ଦେଇଥିଲେ। ଗତ ୪ଦିନ ଧରି ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ର ବିଭିନ୍ନ ନିଶୁକ୍ଳ ସ୍ୱାସ୍ଥ୍ୟ ସେଵା, ଚକ୍ଷୁ ଚିକିତ୍ସା, ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି ଓ ବରିଷ୍ଠ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଇ ପ୍ରିୟ ଜନନେତା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମହେନ୍ଦ୍ର କୁମାର ସ୍ୱାଇଁ ସ୍ମୃତି କମିଟି ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।