ଜିଲ୍ଲା ପାଳଙ୍କ ସଦଭାବନା ସଭାଗୃହ ରେ ଆଜି 11ଘଟିକା ସମୟ ରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାରବଳ ଙ୍କ ଅଧକ୍ଷତା ରେ ଧରିତ୍ରୀ ଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ର ଜିଲସ୍ତରୀୟ ପରାମର୍ଶ ବୈଠକ ମନ୍ଥନ ଶିବିର ଅନୁଷ୍ଠିତ ହୋଇଛି, ସର୍ବ ପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ ସମସ୍ତ ଙ୍କୁ ମନ୍ଥନ ଶିବିରକୁ ସ୍ୱାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିବା ଲାଗି ବିଭାଗୀୟ ଅଧିକାରୀ ମାନଂକୁ ଅନୁରୋଧ କରିଥିଲେ, ଧରିତ୍ରୀ ଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲା ରେ ମୋଟ 113ଟି ଅନୁସୂଚିତ ଜନ ଜାତି ବହୁଳ ଗ୍ରାମର ସର୍ବାଙ୍ଗୀନ ଉର୍ନତି ନିମନ୍ତେ ଶିବିର ରେ ଆଲୋଚନା କରାଗଲା, ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉର୍ନୟନ, ସଂଖ୍ୟା ଲଘୁ, ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ଶ୍ରୀ ବିଶ୍ୱ ସୁରୂପ ସାହୁ, ଶ୍ଵେତା ମିଶ୍ର, ଓ ଶ୍ରଦ୍ଧାଞ୍ଜଳି ହୋତା ଉପସ୍ଥିତ ରହି ଜିଲସ୍ତରୀୟ ଅଧିକାରୀ, ଏବଂ ମଣ୍ଡଳ ଉର୍ନୟନ ଅଧିକାରୀ ଦଶପଲ୍ଲା,, ନୂଆଗାଁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଂକୁ ପରାମର୍ଶ ଦେଇ ଥିଲେ
ଜିଲାପାଳଙ୍କ ସଦଭାବନା ସଭାଗୃହ ରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ର ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ମନ୍ଥନ ଶିବିର ଅନୁଷ୍ଠିତ
