ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲାପଟା ହାଇସ୍କୁଲ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅକ୍ଷୟ କୁମାର ସୁନୀଲ ଅଗ୍ରୱାଲ । ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷା ସମ୍ବନ୍ଧରେ ପାଠ ପଢ଼ାଇଛନ୍ତି । ସୁଚନାନୁସାରେ ସୋଲପଟା ହାଇସ୍କୁଲକୁ କମ୍ପୁଟର ଶିକ୍ଷା ନିମନ୍ତେ ପାଇଲଟ ପ୍ରୋଜକ୍ଟ ଭାବେ ଗ୍ରହଣ କରାଯାଇଛି ।
ଆଜି ୧୫ ଗୋଟି ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ, ଶିକ୍ଷୟତ୍ରୀ, ମାନେ ଯୋଗଦେଇଥିଲେ, ଜିଲାପାଳ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଓ ଛାତ୍ର ଛାତ୍ରୀ ଙ୍କୁ ଭେଟି କମ୍ପୁଟର ଶିକ୍ଷା ସମ୍ବନ୍ଧ ରେ ପଚାରି ବୁଝି ଥିଲେ, କମ୍ପୁଟର ଶିକ୍ଷା ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନେ କିପରି ପାରଙ୍ଗମ ହୋଇପାରିବେ ଓ ରୋଜଗାର କ୍ଷମ ହୋଇ ପାରିବେ ସେଥି ନିମନ୍ତେ ଜିଲାପାଳ ଗୁରୁତ୍ୱlରୋପ କରିଥିଲେ,

ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷା ସମ୍ଭନ୍ଧ ରେ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ପରାମର୍ଶ ଦେଇ ଥିଲେ, ଛାତ୍ର ଛାତ୍ରୀ ମାନଙ୍କୁ ଜିଲାପାଳ କମ୍ପୁଟର ଶିକ୍ଷା ସମ୍ବନ୍ଧ ରେ ଜ୍ଞାନ ପ୍ରଦାନ କରିଥିଲେ, ଏଥି ସହିତ ଲବ୍ରୋଟୋରି ରେ କଣ କଣ ଶିକ୍ଷା ପ୍ରଦାନ କରା ଯାଉଛି ସେ ସମ୍ବନ୍ଧ ରେ ଜିଲାପାଳ ଛାତ୍ର ଛାତ୍ରୀମାନଙ୍କ ଠାରୁ ପଚାରି ବୁଝି ଥିଲେ, ଏହି କାର୍ଯ୍ୟକ୍ରମ ରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ
: