ନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷ ରେସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଜିଲ୍ଲା ପାଳ ଅକ୍ଷୟସୁନୀଲ ଅଗ୍ରୱାଲ ଅଧକ୍ଷତା କରିଥିଲେ, ଓ 24ରୁ 28ମଧ୍ୟ ରେ ମହୋତ୍ସବ ପାଇଁ ହୋଇଥିବା ପ୍ରସ୍ତୁତି କୁ ନେଇ ବ୍ୟାପକ ସୂଚନା ପ୍ରଦାନକରିବା ସହିତ ,, ମହୋତ୍ସବ ଉଦଘାଟନ ଉତ୍ସବ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦଘାଟନ କରିବାକୁ ସଂମ୍ମତି ପ୍ରଦାନ କରିଥିବା କହିଥିଲେ,313ଟି ଷ୍ଟଲ ପ୍ରସ୍ତୁତ କରାଯାଇଥିବା ବେଳେ ଓରମାସ 116ଟି ଷ୍ଟଲ ବିଭିର୍ନ ଜିଲ୍ଲା ରୁ ଆସିଥିବା ବ୍ୟବସାୟୀଙ୍କ ପାଇଁ ଓ ପୁସ୍ତକ ମେଳା ପାଇଁ 20ଟି ଷ୍ଟଲ,କୃଷି ଯନ୍ତ୍ରପାତି ମେଳା ପାଇଁ 60ଟି ଷ୍ଟଲ, ପୋଲିସ ଓ ଫାୟାର, ମେଡିକାଲ ବିଭାଗ ପାଇଁ 6ଟି ଷ୍ଟଲ,ବିଭିର୍ନ ବିଭାଗ ପାଇଁ 24ଟି,ଓ ଵିଜ୍ଞାପନ ପାଇଁ 7ଟି ଷ୍ଟଲ ପ୍ରସ୍ତୁତ କରାଯାଇଛି, ଜଗନ୍ନାଥ ମନ୍ଦିର ଠାରୁ ପିଟିଏସ ପର୍ଯ୍ୟନ୍ତ ରାସ୍ତା, ଆଲୋକୀ କରଣ କାର୍ଯ୍ୟ ମିଶନ ମୋଡ଼ ରେ କାର୍ଯ୍ୟ କରାଯାଇ ସମାପ୍ତି କରାଯିବ, ଟ୍ରାଫିକ ଓ ଆଇନ ଶୃଙ୍ଖଳା ପାଇଁ ପୋଲିସ ଓ ଗୃହରଖି ବାହିନୀ ମୃତୟନ କରାଯିବ,,
ତତସହିତ ଏସପି,ଏସ ସୁଶ୍ରୀ ଉପସ୍ଥିତ ରହି 5ପ୍ଲାଟୁନ ଫୋର୍ସ ମୃତୟନ,, ଏନସିସି କ୍ୟାଡେଟ ସାମିଲ କରିବା ସହ ସମଗ୍ର ମହୋତ୍ସବ କୁ ସିସିଟିଭି କଭରେଜ ଓ କଣ୍ଟ୍ରୋଲ ରୁମ ବ୍ୟବସ୍ତା, ପିଟିଏସ ପଡିଆ ରେ ପର୍କିଙ୍ଗ ବ୍ୟବସ୍ତା ଓ ଟ୍ରାଫିକ ଆଡ଼ଭାଇଜର ଜାରି କରାଯିବ ବୋଲି କହିଥିବା ବେଳେ ହସ୍ତ ତନ୍ତ,ହସ୍ତଶୀଳ୍ପ ଟେରାକୋଟା ସହ ଏସଏଜି ଦ୍ୱାର ବିଭିର୍ନ ସାମଗ୍ରୀ ଉପଲବ୍ଧ ହେବ ବୋଲି ଜିଲ୍ଲା ପାଳ କହିଛନ୍ତି, ପିଲାଙ୍କ ମନୋରଞ୍ଜନ, ମିନା ବଜାର, ଦୋଳି, ଖେଳନା ଦୋକାନ ମଧ୍ୟ୍ୟ ରହିବ,

70ଲକ୍ଷ୍ୟ ଟଙ୍କା ମହୋତ୍ସବ ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ, ପ୍ରତିସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହେବ,ଏହି ସମ୍ମିଳନୀ ରେ ଜିଲ୍ଲା ପରିଷଦ ମୁଖ୍ୟ ଉର୍ନୟନ ଅଧିକାରୀ, ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପ ଜିଲାପାଳ କର୍ଣଦେବ ସମାଦାର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ