ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଆଜି ମୋଟ ୧୨୯ ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତି ଗତ ୧୧୨ ଗୋଟି ମାମାଲା ରହିଥିବା ବେଳେ ଗ୍ରାମ୍ୟ ବିବାଦ ୭ଗୋଟି ରହିଥିଲା । ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ଫଣ୍ଡରୁ ୧୦ ଗୋଟି ମାମଲା ରହିଥିଲା । ତୁରନ୍ତ ୧୬ ଗୋଟି ମାମଲାର ସମାଧାନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ.ଶୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ବନ ଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ତହସିଲଦାର ରାଜେଶ କେଶରୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
