ସୂଚନା ଅନୁସାରେତ୍ରିନାଥ ଛକ ରାମ ମନ୍ଦିର ପରିସର ରେ ତ୍ରିନାଥ ପୂଜା କମିଟି ତରଫରୁ ତ୍ରିନାଥ ଠାକୁର ଙ୍କ 43ତମ ବାର୍ଷିକ ଉତ୍ସବ 4ତାରିଖ ରୁ ଆରମ୍ଭ ହୋଇ ଆଜି 7ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆଜି ରାତ୍ର 10ଘଟିକା ସମୟ ରେ ଉଦଯାପିତ ହୋଇଛି4ତାରିଖ ରେ ବର୍ଷା ଡ୍ୟାନ୍ସ ଗ୍ରୁପ ତାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିବା ବେଳେ , ତତ ସହିତ ଦୀର୍ଘ 3ଦିନ ଧରି ନାଟକ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା, ଏହି ନାଟକ ପ୍ରତିଯୋଗିତା ରେ ଯାତ୍ରା ଶିବାନୀ ଗୋଡିପଲ୍ଲୀ,ଯାତ୍ରା ବିଜୟୀ ଗୋପାଳିପଡା,ଓ ଓଁ ମା ମହିଷା ସୁରି ଆଞ୍ଚଳିକ ବାଳିକା ରାମ ନାଟ୍ୟସଂସଦ ଅଂଶ ଗ୍ରହଣ କରିଥିଲେ,ଆଜି ବାର୍ଷିକ ଉତ୍ସବ ଉଦଯାପିତ ହୋଇଥିବା ବେଳେ ଉଦଯାପିତ ଉତ୍ସବ ରେମୁଖ୍ୟ ଅତିଥି ରୂପେ ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଯୋଗ ଦେଇଥିବା ବେଳେ , ଅନ୍ୟତମ ଅତିଥି ଭାବରେ ପୌରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ପୌର ଅଞ୍ଚଳ ଉପାଧକ୍ଷ ଗୁରୁପ୍ରସାଦ ଜେନା,ସମାଜ ସେବି ଅରୁଣ ମହାନ୍ତି ଯୋଗ ଦେଇ ଥିଲେ,3ଦିନ ଧରି ମଞ୍ଚସ୍ତ ହେଉଥିବା ନାଟକ କୁ ନିର୍ଦେଶକ ଭଗବାନ ମାଣ୍ଡୋଇ, ଦୁର୍ଗା କାନ୍ତ ଆଚାର୍ଯ୍ୟ, ଓ ଭଗବାନ ତ୍ରିପାଠୀ ଉପସ୍ଥିତ ରହି ନାଟକ କୁ ନିରୀକ୍ଷଣ କରିବା ସହିତ ନିରୀକ୍ଷକ ଭାବରେ ଦାୟିତ୍ୱ ତୁଲାଇ ଥିଲେ,

ଏଥି ସହ ଆଜି ଉଦଯାପନୀ ଉତ୍ସବ ନାଟକ ଫଳାଫଳ ଘୋଷଣା କରାଯାଇଥିଲା,ଏଥିରେ ଯାତ୍ରା ଶିବାନୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଗୋପାଳିପଡା ଦ୍ୱିତୀୟ ସ୍ଥାନ ଓ ଓ ହଟିଆ ପଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଏଥି ସହ ବର୍ଷା ଡ୍ୟାନ୍ସ ଗ୍ରୁପ, ଓ ଛାଟିଆ ଟେଣ୍ଟ ହାଉସ କୁ ସଂମ୍ମାନିତ କରାଯାଇଥିବା ବେଳେ, ମୁଖ୍ୟ ଅତିଥି ତଥା ସଂମ୍ମାନିତ ଅତିଥି କୃତିତ୍ୱ ହାସଲ କରିଥିବା କଳାକାର ଓ ନାଟ୍ୟ ଅନୁଷ୍ଠାନ କୁ ପୁରସ୍କୃତ କରିଥିଲେ ଏହିଉତ୍ସବ ରେ କମିଟି ପକ୍ଷରୁ ଶଙ୍କର୍ଷଣ ବେହେରା, ତଥା ସମ୍ପାଦକ ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ,ପରିଶେଷରେ କମିଟି ର ସଦସ୍ୟ ଦିନମଣି ଚିନରା ସମସ୍ତ ଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ