ରାଜ୍ୟ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ ଚାଷୀଙ୍କ ଅବସ୍ଥା ଶୋଚନୀୟ । ବିଗତ ଦିନରେ କୃଷି ସମ୍ବନ୍ଧୀୟ ସମସ୍ତ ଜିନିଷର ଅହେତୁକ ଦରବୃଦ୍ଧି ହୋଇଛି । ଯଥା-କୃଷି ଯନ୍ତ୍ରପାତି, ସାର, ବିହନ , ଗାଡ଼ି ଭଡ଼ା, ଲୋକ ମଜୁରୀ ଇତ୍ୟାଦି ଦିନକୁ ଦିନ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି ।ଏହା ସହିତ ମରୁଡ଼ି ବନ୍ୟା, ରୋଗପୋକ, ଜଙ୍ଗଲ ଜନ୍ତୁଙ୍କ ଦ୍ୱାରା ଫସଲ ହାନି ହେଉଛି । ଚାଷ ଜନିତ କ୍ଷତି ଯୋଗୁଁ ଅନେକ ଲୋକ ଚାଷ ଛାଡ଼ିଲେଣି ।ଏହି ସବୁ କ୍ଷତିରୁ ଉଦ୍ଧାର କରିବା ପାଇଁ ଚାଷୀଙ୍କର ଋଣ ଛାଡ଼ କରାଯିବାକୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ । ଆଜି ସଂଗଠନ ଜିଲ୍ଲା ସଭାପତି ରଣଜିତ ଦଳବେହେରାଙ୍କ ନେତୃପରେ ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନ, ଅଜୟ କୁମାର ମହାନ୍ତି, ଶିବିର କୁମାରଭଞ୍ଜ, ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କୁ ଭେଟିଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତରେ ଗୋଦାମ ଗୃହ ଓ ଶୀତଳ ଭଣ୍ଡାର ନିର୍ମାଣ କରିବା । ଧାନ ମଣ୍ଡି ଭିତ୍ତିଭୂମୀ ସୁଦୃଢ କରିବା ପାଇଁ ଦାବି ହୋଇଛି । ଜିଲ୍ଲାରେ କୃଷି ବିଭାଗ ଥିଲେ ମଧ୍ୟ କୃଷି ଅଧିକାରୀମାନେ କ୍ଷେତ ଦେଖିବାକୁ ଯାଉ ନାହାନ୍ତି । ଚାଷୀଙ୍କର ଚାଷ ସମ୍ବନ୍ଧୀୟ ସୁବିଧା ଅସୁବିଧା ବୁଝୁନାହାନ୍ତି । ଏବେ ପେଙ୍ଗଲ ବାତ୍ୟା ଦ୍ଵାରା ଅଦିନିଆ ବର୍ଷା ହୋଇ ଅନେକ ତଳିଆ ଅଞ୍ଚଳରେ ଫସଳ ନଷ୍ଟ ହେବାର ସମ୍ଭାବନ ରହିଛି । ଜିଲ୍ଲାରେ କୃଷି ବିଭାଗ ସ୍ଥାଣୁ ହୋଇ ବସି ରହିଛି । ଜିଲ୍ଲାରେ କୃଷି ବିଭାଗ ଥିଲେ ମଧ୍ୟ ନଥିଲା ଭଳି ଲାଗୁଛି। କୃଷି ବିଭାଗ ଅଧିକାରୀଙ୍କ ଉପରେ ତୁନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବନିର୍ମାଣ କୃଷକ ସଂଗଠନ ଦାବିକରିଛି ।