ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ ର ୧୯୯୬ – ୨୦୦୧ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଭୁବନେଶ୍ୱର ସ୍ଥିତ ହୋଟେଲ ଗ୍ରାଣ୍ଡ କଳିଙ୍ଗ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ। କାର୍ଯ୍ୟ ବ୍ୟସ୍ତତାରେ ଜୀବନ ନିର୍ବାହ ହେଉଥିବା ବେଳେ ନିଜ ପାଇଁ ଦିନଟିଏ ଭାବି, ଭାବର ଆଦାନ ପ୍ରଦାନ ହୋଇଥିଲା। ବର୍ଷ ତମାମ ଜୀବନ ଜୀବିକା କିପରି ନିର୍ବାହ ହେଉଛି ସେ ନେଇ ସାଙ୍ଗ ସାଥି ମାନେ ନିଜର ସ୍ମୃତି ବଖାଣି ଥିଲେ।ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ସମସ୍ତେ ହଜିଯାଇ ବିଗତ ଦିନରେ ବିତାଇଥିବା କଲେଜ ଜୀବନର ଅନୁଭୂତିକୁ ମନେ ପକେଇ ଭାବ ବିହ୍ୱଳ ହୋଇ ଯାଇଥିଲେ। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସର ୩୦ ତାରିଖରେ ଏକାଠି ହେବାକୁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ଆଗାମୀ ଦିନରେ କଣ୍ଟିଲୋ ଠାରେ ବ୍ଲଡ଼ ବ୍ୟାଙ୍କ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟକୁ ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା, ସାଙ୍ଗସାଥୀ ମାନଙ୍କ ଦୁଃଖ ସୁଖରେ ଠିଆ ହେବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପରିଚାଳନାରେ ନିହାରୀକା ମହାପାତ୍ର, ଧନେଶ୍ଵର ସାଥୁଆ, ଚିତ୍ତରଞ୍ଜନ ଦାସ, ଶ୍ରୀକାନ୍ତ ପ୍ରଧାନ, ପ୍ରସନ୍ନ କୁମାର ଦଳେଇ, ବିପିନ ମିଶ୍ରଙ୍କ ନେତୃତ୍ବରେ ରାଜ୍ୟ ତଥା ରାଜ୍ୟ ଵାହାରେ ଥିବା ସାଙ୍ଗସାଥି ମାନେ ସାମିଲ ହୋଇଥିଲେ।

ଏହି ବନ୍ଧୁ ମିଳନ ଉତ୍ସବ ବର୍ଷକରେ ଥରେ ଏକାଠି କରିବାର ସୁଯୋଗ ସୃଷ୍ଟି କରିଥାଏ। ସେମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି ହୁଏ ବୋଲି ବନ୍ଧୁ ମାନେ ମତ ଦେଇଥିଲେ। ଏଥି ସହ ବିଜୟ ସ୍ବାଇଁ, ଖଣ୍ଡପଡ଼ା ଏନଏସି ଚେୟାରମେନଙ୍କ ପ୍ରତିନିଧି ତଥା ସୁପ୍ରିମକୋର୍ଟର ଆଡଭୋକେଟ ବିଧାନ ଚନ୍ଦ୍ର ପ୍ରଧାନ, ପ୍ରଭାତ କୁମାର ବେହେରା, ଅନ୍ତର୍ଯ୍ୟାମୀ ସାହୁ, ଦିପ୍ତିମୟୀ ମିଶ୍ର, ସାସ୍ବତୀ ସେନାପତି, ଲଳିତ ସାହୁ, ଶ୍ରୀକାନ୍ତ ପ୍ରଧାନ, ପ୍ରସନ୍ନ ଦଳେଇ, ଚିରଞ୍ଜିବୀ ସାହୁ, ପ୍ରମୋଦ ସ୍ବାଇଁ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଖଣ୍ଡପଡ଼ା ଏନଏସି ଚେୟାରମେନଙ୍କ ପ୍ରତିନିଧି ତଥା ସୁପ୍ରିମକୋର୍ଟ ଆଡଭୋକେଟ ବିଧାନ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ ଦଳେଇ, ସାସ୍ବତୀ ସେନାପତି, ନିହାରୀକା ମହାପାତ୍ର ଏବଂ ଦିପ୍ତିମୟୀ ମିଶ୍ର। ଆଗାମୀ ଦିନରେ ପୁରୀ ରୁ ଶ୍ରୀ ଜଗନ୍ନାଥଙ୍କ ଆଦି ପୀଠ କଣ୍ଟିଲୋ ନୀଳମାଧବ କ୍ଷେତ୍ର ପର୍ଯ୍ୟନ୍ତ ଟ୍ରେନ ଗଡିବା, କଣ୍ଟିଲୋ ପାନ୍ଥନିବାସ ର ପୁନରୁଦ୍ଧାର କରିବା, ଖଣ୍ଡପଡ଼ା ଏବଂ କଣ୍ଟିଲୋ ମେଡ଼ିକାଲକୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଏବଂ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହିତ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟକୁ ସ୍ଵୟଂ ଶାସିତ ବିଦ୍ୟାଳୟ କରିବା ପାଇଁ ବନ୍ଧୁ ମାନେ ଏକ କମିଟି କରି ଆଗାମୀ ଦିନରେ ଆଡଭୋକେଟ ବିଧାନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଙ୍କୁ ଭେଟି ପ୍ରୟାସ ଦେବେ ବୋଲି ଜଣାପଡିଛି।