ନୟାଗଡ ଜିଲ୍ଲା ନୂଆଗାଁ ପଂଚାୟତ ସମିତି କାର୍ଯାଳୟ ମଧ୍ୟରେ ଆଜି ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଚି । ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଦୀପ ପ୍ରଜୋଳନ କରି ଏହି ଅଭିଯାନ କୁ ଆରମ୍ଭ କରିଥିଲେ ତତ ସହିତ ଉକ୍ତ ଅଭିଯାନରେ ନୂଆଗାଁ ପଂଚାୟତ ସମିତି ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ଉପାଧକ୍ଷ ପର୍ଶୁରାମ ସ୍ବାଇଁ ,ବିଡିଓ ଅମୃତ ରାଉଳ ଉପସ୍ଥିତ ରହିଥିଲେ । । ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ବର୍ଣ୍ଣ ଶାରିକା ଓ ରଘୁନାଥ ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଭିଯାନ ରେ ୪୭୭ ଅଧିକ ଭିନ୍ନକ୍ଷମ ହିତାଧିକାରୀ ନାମ ପଞ୍ଜୀକରଣ କରିଥିଲେ ।
ନୂଆଗାଁ ଡିଗ୍ରୀକଲେଜ ଓ ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ରେଡ କ୍ରଶ ସ୍ଵେଚ୍ଛାସେବି ମାନେ ଉପସ୍ଥିତ ରହି ଆସିଥିବା ଭିନ୍ନକ୍ଷମ ହିତାଧି କାରୀଙ୍କୁ ସହାୟକ କରିଥିଲେ । ନାମ ପଞ୍ଜୀକରଣ ଠାରୁ ଆରମ୍ଭ କରି ହୁଇଲ ଚେୟାରରେ ଭିନ୍ନ ବ୍ୟକ୍ତିଙ୍କୁ ନେବା ସହିତ ସଠିକ ଭାବରେ ଦାଇତ୍ଵ ନେଇଥିଲେ । ଦିବା ୧୦ ଘଟିକରୁ ଆରମ୍ଭ କରି ଅପରହଂଣ ଅଭିଯାନ ଚାଲିରହିଥିଲା । ନୟାଗଡ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବି. ଏସ ରାଓ , ଡାକ୍ତର ପିତାବାସ ନାୟକ , ଡାକ୍ତର ପ୍ରଶାନ ପ୍ରସାଦ ସାହୁ , ଡାକ୍ତର ଶତ୍ରୁଘ୍ନ ନାୟକ , ଡାକ୍ତର ନିଷ୍ଠାରଞ୍ଜନ ଦାସ , ପ୍ରମୁଖ ୫ ଜଣ ଡାକ୍ତର ଉପସ୍ଥିତ ରହିଥିଲେ । ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗରେ ବିଭନ୍ନ କ୍ଷମ ନାମ ପଞ୍ଜିକରଣ କରୁଥିଲେ ଯଥା ଅସ୍ଥିବିଭାଗ ୨୫୫, ଚକ୍ଷୁ ବିଭାଗରେ -୪୮, କର୍ଣ୍ଣ ବିଭାଗ -୧୨୦, ମାନସିକ ଅନାଗ୍ରସର ୫୮ଜଣ ନାମ ପଞ୍ଜିକରଣ କରିଥିଲେ. ସେଥିମଧ୍ୟରୁ ୨୩ଜଣଙ୍କର ତୁରନ୍ତ ମାନପତ୍ର କରାଯାଇଥିଲା.୪୨ଜଣଙ୍କର ସହାୟକ ଉପକରଣ ପାଇଁ ଆବେଦନ ହୋଇଥିଲା,୭ଜଣଙ୍କୁ ଚକ ଚେୟାର ବଣ୍ଟନ କରିବା ସଶିତ ୪ଜଣଙ୍କୁ ଟ୍ରେସାଇକେଲ ବଣ୍ଟନ କରାଯାଇଥିଲା।

ଅଭିଯାନର ଶେଷରେ ନୂଆଗାଁ ପଂଚାୟତ ସମିତି ଅଧକ୍ଷ୍ୟା ଲଷ୍ମୀପ୍ରିୟା ବେହେରା ,ବିଡିଓ ଅମୃତ ରାଉଳ ଉପସ୍ଥିତିରେ ୩ଜଣ ବ୍ୟକ୍ତି ତଥା ଜ୍ଞାନରଞ୍ଜନ ନାହକ, ଥୁଆବାରୀ, ପାରାଢ଼ିପି ପଞ୍ଚାୟତ,ଅର୍ଜୁନ ପ୍ରଧାନ, ହୀରାଦେଇପୁର, ମାଳିସାହି ପଞ୍ଚାୟତ, ସଦାଶିବ ସାହୁ, ବଡଗୋଠ ପଞ୍ଚାୟତ ହୁଇଲ ସାଇକେଲ ବଣ୍ଟନ କରାଯାଇଥିଲା ।