ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ୱ ଏବଂ ଵିପର୍ଯ୍ୟୟ ପରିଚାଳନା, ସୁରେଶ ପୂଜାରୀ, ନୟାଗଡ଼ ଜିଲ୍ଲା ର ରଣପୁର ବ୍ଲକ, ମଝିଆଖଣ୍ଡ, ଓ କାଣ୍ଡପଡା ପଞ୍ଚାୟତ ରେ ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲ କ୍ଷୟକ୍ଷତି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ, ମାନ୍ୟବର ମୁଖ୍ୟ ମନ୍ତ୍ରୀ ସମସ୍ତ ଚାଷୀ ଭାଇ ମାନଂକୁ ସମବେଦନା ଜଣାଇ ପ୍ରକାଶ କରିଥିଲେ, ଗତ 24ତାରିଖ ରେ ଜିଲ୍ଲା ମହୋତ୍ସବ ଆସି ନୟାଗଡ଼ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଥିବା ଅନୁଭବ କରିଛି, ଓ ମୁଁ ଯାହା ଦେଖୁଛି ଅଦିନିଆ ବର୍ଷାଦ୍ୱାରା ଚାଷୀ ଭାଇ ମାନଙ୍କର ପ୍ରକୃତ କ୍ଷୟକ୍ଷତି ହୋଇଛି, କାଣ୍ଡ ପଡା ପଞ୍ଚାୟତ ର ଚକ୍ରଧର ମାଝୀ, ସନ୍ତୋଷ ମୁଦୁଲି, ଲକ୍ଷ୍ମୀଧର ସାମଲ, ପ୍ରହଲ୍ଲାଦ ବେହେରା, ବସନ୍ତ ମହାପାତ୍ର, ଭୀମସେନ ମହାପାତ୍ର, ଙ୍କ ସହ ଚାଷୀ ମାନଙ୍କ ସହିତ କ୍ଷୟକ୍ଷତି ବିଷୟ ରେ ଆଲୋଚନା କରିଥିଲେ, କ୍ଷୟକ୍ଷତି ର ତଥ୍ୟ ପଞ୍ଚାୟତ, ବ୍ଲକ, ଜିଲ୍ଲା, କୃଷି ଅଧିକାରୀ, ଆରଆଇ, ତହସିଲଦାର ଙ୍କୁ ଦରଖାସ୍ତ କରିବେ,

ଏହା ସହ ପ୍ରଧାନ ମନ୍ତ୍ରୀ, କୃଷି ବୀମା ଅନ୍ତ୍ରଭୁକ୍ତ ଚାଷୀ ଭାଇମାନେ ଟୋଲ ଫ୍ରି ନମ୍ବର 14447ଦ୍ୱାରା କଲ କରି ଓ କୃଷି ରକ୍ଷକ ପୋଟାଲ ରେ କ୍ଷୟ କ୍ଷତି ପଞ୍ଜିକରଣ କରି ଅଦିନିଆ ଫସଲ କ୍ଷତି ର ଦାବି ଉପସ୍ଥାପନା କରିପାରିବେ, ସରକାର ଏବଂ ସରକାରୀ କଳ ଆପଣମାନଙ୍କ ସହଯୋଗ ସେବା ନିମନ୍ତେ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି, ନୟାଗଡ଼ ଜିଲ୍ଲା ରେ 6350ଏବଂ ରଣପୁର ବ୍ଲକ 3906ପ୍ଲଟ ଚାଷ ଜମି କ୍ଷୟ କ୍ଷତି ହୋଇଥିବାର ପୋଟାଲ ରେ ପଞ୍ଜିକୃତ ହୋଇଛି, ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଏହି ଗସ୍ତ ସମୟ ରେ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବରଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଏସ. ସୁଶ୍ରୀ ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ
