ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ଆଜି 11ଘଟିକା ସମୟ ରେ ଅନୁ ଷ୍ଠିତ ହୋଇଛି. ନୟାଗଡ଼ ଜିଲ୍ଲାର 8 ଟି ବ୍ଲକରୁ 150 ଜଣ ଵାଲ ବୈଜ୍ଞାନିକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ. ସେହି ପ୍ରତିଯୋଗିତାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଶିବାନୀ ପ୍ରଧାନ ରାଜ୍ୟ ସ୍ତରୀୟ ବୈଜ୍ଞାନିକ ପ୍ରଦର୍ଶନୀ କୁ ମନୋନୀତ ହୋଇଛନ୍ତି. ଉକ୍ତ ପ୍ରକଳ୍ପ ନିରାମରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ କାଜଲ ପ୍ରିୟଦର୍ଶିନୀ ସହଯୋଗ କରିଥିଲେ. କ୍ଷକ ଭୀମସେନ ଦାସ ଓ ଶିକ୍ଷକ ଶିକ୍ଷୟତ୍ରୀ ଶିବାନୀଙ୍କୁ ଶୁଭେତ୍ସା ଜଣାଇଛନ୍ତି ତତ ସହିତ ଅଞ୍ଚଳର ଗୌରବ ଆଣିଥିବାରୁ ନୂଆଗାଁ ଅଂଚଳର ଶିକ୍ଷକ, ଅଭିଭାବକ ଓ ବୁଦ୍ଧଜୀବୀ ମହଲରୁ ଶୁଭେତ୍ସାର ସୁଅ ଛୁଟିଛି.
