ନୟାଗଡ଼ ଜିଲ୍ଲା ରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ, ଏଥି ନିମନ୍ତେ ରେଲୱେଷ୍ଟେସନ ରୋଡ଼ ଠାରେ କାମ ଚାଲିଛି, ଆରଡବ୍ଲୁଏସଏସ ର ନିର୍ବାହୀ ଯନ୍ତ୍ରୀସର୍ଫ ରାଜ ଖାନ ଙ୍କ ମନ ମୁଖି କାର୍ଯ୍ୟ ଓ ଦାୟିତ୍ୱହୀନତା କୁ ନେଇ ଆଜି 11ଘଟିକା ସମୟ ରେ ନୟାଗଡ଼ ସହର ବାସି ବିରୋଧ କରିଛନ୍ତି,ଏହି କାର୍ଯ୍ୟ ଜିଭିପିଆର ଠିକା ସଂସ୍ଥା 500କୋଟି ରୁ ଉର୍ଧ୍ଵ ଟଙ୍କା ରେ କାର୍ଯ୍ୟ କରୁଛି,କାର୍ଯ୍ୟ ଅନେକ ମନ୍ଥର ଦେଖିବାକୁ ମିଳିଥିବା ବେଳେ ଲୋକ ପାଣି ପାଇବା ସ୍ବପ୍ନ ପାଲଟିଛି,ରାସ୍ତା କୁ ଦୁଇ ଫାଳ କରି ଚିରି ପାଇପ ପକାଇବା ଉଦ୍ୟମ କୁ ବିରୋଧ କରି ନୟାଗଡ଼ ସହର ବାସି ଙ୍କ ମଧ୍ୟ ରେ ଅସନ୍ତୋଷ ତୀବ୍ର ହୋଇଛି, ନୟାଗଡ଼ ସହର ମଧ୍ୟ ରେ ପାନୀୟ ଜଳ ପାଇପ ପକାଇବା କୁ ବିରୋଧ କରାଯାଇଛି,

ନୟାଗଡ଼ ସହର ମଧ୍ୟ ରେ ପାଇପ ପକା ଗଲେ ନୟାଗଡ଼ ସହର ର ସୌନ୍ଦର୍ଯ୍ୟ ହାନିହେବା ସହିତ ରାସ୍ତା ଘାଟ ଖରାପ ହେବ, ନୟାଗଡ଼ ସହର ମଧ୍ୟ ରେ ଅନେକ କେବୁଲ ପଡି ରହିଛି, ସହର ମଧ୍ୟ ରେ ପାଇପ ବିଛା ଗଲେ ନୟାଗଡ଼ ସହର ର ସୌନ୍ଦର୍ଯ୍ୟ ନଷ୍ଟ ହେବା ନିଶ୍ଚିତ ହୋଇ ପଡିଛି,ନୟାଗଡ଼ ସହର ବାହାରେ ପାନୀୟ ଜଳ ପାଇପ ପକାଇବା ପାଇଁ ଅନେକ ରାସ୍ତା ରହିଛି,ନୟାଗଡ଼ ରେଲୱେଓଭର ବ୍ରିଜ ପୂର୍ବ ରୁ କ୍ଷେତ୍ରୀବରପୁର ଦେଇ ବାଇପାସ ରୋଡ଼ ଓ ଲେଙ୍କୁଡ଼ିପଡା ପର୍ଯ୍ୟନ୍ତ ପାନୀୟ ଜଳ ପାଇପ କାର୍ଯ୍ୟ କରାଗଲେ ନୟାଗଡ଼ ସହର ସୌନ୍ଦର୍ଯ୍ୟ ବଜାୟ ରଖି ପାରିବ ଏଥି ନିମନ୍ତେ ନୟାଗଡ଼ ପୌରାଞ୍ଚଳ ପକ୍ଷରୁପୂର୍ବତନ ଜିଲାପାଳ ସ୍ୱଧା ଦେବ ସିଂ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ଏଥି ସହିତ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ସହର ବାହାରେ ପାନୀୟ ଜଳ ପାଇପ ପକାଇବା ପାଇଁ ଏକ ସ୍ୱତନ୍ତ୍ର ରିଜୁଲେସନ କରାଯାଇଛି, ଜିଲ୍ଲା ପରିଷଦ ବୈଠକ ରେ ନୟାଗଡ଼ ସହର ବାହାରେ ପାନୀୟ ଜଳ ପାଇପ ଯିବା ପାଇଁ ସର୍ବ ସଂମ୍ମତି କ୍ରମେ ଆଲୋଚନା କରାଯାଇଛି,, ଏହାକୁ ଭିତି କରି ଜବରଦସ୍ତ ସହର ଭିତରେ ପାନୀୟ ଜଳ ପକାଇବା ପାଇଁ ବିଭାଗୀୟ କତୃପକ୍ଷ କାର୍ଯ୍ୟ କରୁଥିବାରୁ ନୟାଗଡ଼ ବାସି ଙ୍କ ପକ୍ଷରୁ ବିରୋଧ କରାଯାଇଛି,ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ,ଉପାଧକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ କାଉନସିଲର ଓଭର ବ୍ରିଜ ନିକଟ ରେ ପହଂଚି କାମକୁ ବିରୋଧ କରିବା ସହ କାମ ବନ୍ଦ ରଖିଛନ୍ତି,ଯଦି କତୃପକ୍ଷ ନ ମାନନ୍ତି ଆଗାମୀ ଦିନ ରେ ବଡ଼ ଜନ ଆନ୍ଦୋଳନ ହେବ ବୋଲି ସହର ବାସୀଙ୍କ ପକ୍ଷରୁ ଚେତା ବନି ଦିଆ ଯାଇଛି