ଗଣିଆ – ପୂର୍ବତନ ସାଂସଦ,ମହାନ ଜନନାୟକ ତଥା ତୁଙ୍ଗନେତା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୮ ତମ ଜନ୍ମ ଜୟନ୍ତି ଗଣିଆବଜାର ଠାରେ 10ଘଟୀକା ସମୟ ରେ
ପାଳିତ ହୋଇଯାଇଛି । ଗଣିଆରେ ଥିବା ରୁଦ୍ରପ୍ରେମୀଙ୍କ ତରଫରୁ ଗଣିଆ ବଜାରରେ ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା ।

ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ, ଦଣ୍ଡଧର ଦାସ,ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ ।