ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡା ପଞ୍ଚାୟତରେ ଥିବା ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା ଙ୍କ ତତ୍ୱାବଧାନ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ର ଅଧ୍ୟକ୍ଷା ଆରତୀ ନାୟକ, ସମସ୍ତ ସଭ୍ୟ, ସଭ୍ୟା ଙ୍କ ସହିତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତି ରେ ୨୧୨ଜଣ ଛାତ୍ରଛାତ୍ରୀ ଙ୍କୁ ୨ ହଳ ଲେଖାଏଁ ପୋଷାକ ବଣ୍ଟନ କରାଯାଇଥିଲା।