ସୂଚନା ଅନୁସାରେ ଆଜି 10ଘଟିକା ସମୟ ରେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେସମଗ୍ର ଶିକ୍ଷା ନୟାଗଡ଼ ପକ୍ଷରୁ ଓଡ଼ିଶାର ଲୋକ କଳାକୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଶୁଭଆରମ୍ଭ କରିଥିଲେ, ତତ ସହିତ ଏହି କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ଭାବେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଥିବାବେଳେ ଅନ୍ୟ ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ, ଶିଶୁ ମହୋତ୍ସବ ଓ ଲୋକ କଳା କୁ ନେଇ ଛାତ୍ରଛାତ୍ରୀ କିପରି ଉତ୍ସାହିତ ହେବେ, ତାହାରି ଉପରେ ମୁଖ୍ୟ ଅତିଥି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବକ୍ତବ୍ୟ ରଖି ଲୋକ କଳା ଉପରେ ଆଲୋକ ପାତ କରିଥିଲେ, ଏଥି ସହ କଳା ସାହିତ୍ୟ, ସଂସ୍କୃତି ଓ ଲୋକ କଳା କୁ ନେଇ ଛାତ୍ର ଛାତ୍ରୀ କିପରି ଉତ୍ସାହିତ ହେବେ ସେଇ ନେଇ ଜିଲ୍ଲା ପରିଷଦ ଅଧକ୍ଷ ବକ୍ତବ୍ୟ ପ୍ରଦାନ କରିଥିଲେ,ଆୟୋଜକ ସମଗ୍ରଶିକ୍ଷା ନୟାଗଡ଼ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରି ଉପସ୍ଥିତ ଥିବା ବେଳେ,

ଶିଶୁ ମହୋତ୍ସବ ତଥା ସୁରଭି ଓଡ଼ିଶାର ଲୋକ କଳା ଉତ୍ସବ ରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, ଏହି ସୁରଭି କାର୍ଯ୍ୟକ୍ରମଦ୍ୱିତୀୟ ପର୍ଯ୍ୟାୟ ରେ ସମସ୍ତ ବ୍ଲକ ସ୍ତର ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅପରାହ୍ନ 4ଘଟିକା ସମୟ ରେ ସୁରଭି ପ୍ରତିଯୋଗିତା ହୋଇଥିଲା, ପ୍ରତିଯୋଗିତା ପରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ,, ଯୋଗ ଦେଇ ଥିବା ବେଳେ ନୟାଗଡ଼ ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଜିଲ୍ଲା ଶିକ୍ଷା ଅଧିକାରିଣୀରାଜଶ୍ରୀ ପଟ୍ଟନାୟକ, ସହ ଜିଲ୍ଲା ଶିକ୍ଷା ଅଧିକାରିଣୀ ଦିପ୍ତିମୟୀ ପ୍ରିୟଦର୍ଶୀନି ଯୋଗ ଦେଇ ଥିଲେ,ସମୟାନୁ ବର୍ତ୍ତିତା କୁ ନେଇ ବିଧାୟକ ଡ଼ ଅରୁଣ କୁମାର ସାହୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ପରିଶେଷରେ ଜିଲ୍ଲା ସ୍ତର ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା, ରାଜ୍ୟ ସ୍ତର କୁ ଯିବା ପାଇଁମଶା ବାରି ବିଦ୍ୟାଳୟ ର ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିବା ସୂଚନା ମିଳିଛି
