ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅଧୀନରେ ହୋଇଥିବା ବରକନ୍ଯା ଝରଣାର ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଏବଂ ତଦନ୍ତ ନସାରିବା ପର୍ଯ୍ୟନ୍ତ ବିଲ ପୈଠ ବନ୍ଦ କରିବା ସମ୍ପର୍କେ ଏକ ଲିଖିତ ଦାବିପତ୍ର ସହକାରୀ ବନ ସଂରକ୍ଷକ ଡ଼ ସତ୍ୟଜିତ କରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି। ପୂର୍ବରୁ ବିଭିନ୍ନ ସମାଜସେବୀ ଓ ସୂଚନା ଅଧିକାର କର୍ମୀଙ୍କ ବନାଞ୍ଚଳ ଅଧିକାରୀ, ପଞ୍ଚରିଡାକୁ ଆରଟିଆଇ ଆଇନ ମଧ୍ୟମରେ ବରକନ୍ୟା ଉନ୍ନତିକରଣ ଯୋଜନା ଉପରେ ତଥ୍ୟ ମାଗିବା ଏବଂ ସେ ତଥ୍ୟକୁ ଅନୁଧ୍ୟାନ କରିବା ପରେ ଯାହା ସ୍ପଷ୍ଟ ବାରି ହେଉଅଛି କି ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅଧୀନରେ ହୋଇଥିବା ବରକନ୍ଯା ଝରଣାର ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଅଛି। ବିନା ଟେଣ୍ଡର ତଥା ବିନା କମିଟିରେ କିଭଳି ଭାବରେ କଟକ ଜିଲ୍ଲାର ଏକ ସଂସ୍ଥା AJ Enterprisesକୁ ବିଭାଗୀୟ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା। କାହାର ଅଲିଖିତ ତଥା ବେଆଇନ ଇଙ୍ଗିତରେ ଏତେ ଟଙ୍କାର ବିଭାଗୀୟ କାର୍ଯ୍ୟକୁ ବିନା କୌଣସି ଆଦେଶରେ ଏ ସଂସ୍ଥା ତଥା ବ୍ୟକ୍ତିଙ୍କ ହାତକୁ ଟେକି ଦିଆଯାଇଅଛି। ଏହା ପରେ ବନାଞ୍ଚଳ ଅଧିକାରୀ, ପଞ୍ଚରିଡା ସେ ସଂସ୍ଥାର ବକେୟା ଟଙ୍କାର ବିଲ ନକରିବା ଓ ତାପରେ ଏ କାର୍ଯ୍ୟର ତଦାରଖ ଏବଂ ସେ ସଂସ୍ଥାକୁ ତାଙ୍କ ବକେୟା ଟଙ୍କା ପଇଠ କରାଯିବା ନିମନ୍ତେ ବନାଞ୍ଚଳ ଅଧିକାରୀ, ନୟାଗଡଙ୍କୁ ଦାୟିତ୍ଵ ଦେବା ସରକାରୀ ଅର୍ଥର ଦୁରୂପୋଯୋଗ ତଥା ତୋଷାରପାତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ବର୍ତ୍ତମାନ ଏ ଘଟଣା ଉପରେ ଠିକ ବିଭାଗୀୟ ତଦନ୍ତ କରାଯିବା ସହ ଏହି ଘଟଣାର ପକ୍ଷଭୁକ୍ତ ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀଙ୍କୁ ନେଇ ଏକ Social Audit କରାଯିବା ନିମନ୍ତେ ଏହି ଦାବିପତ୍ରରେ ଉଲ୍ଲେଖ ରହିଅଛି।

ସେହିଭଳି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସ୍ଥାନକୁ ଯାଇଥିବା ରାସ୍ତା ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ ବେଆଇନ ଭାବେ କରାଯାଇଅଛି, ସରଂକ୍ଷିତ ଜଙ୍ଗଲ ମଧ୍ୟରେ କାର୍ଯ୍ୟକାରୀ ଏହି ଯୋଜନାରେ ମନୁଷ୍ୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି କୌଣସି ଦୃଷ୍ଟି ଦିଆଯାଇନାହିଁ। ପୂର୍ବରୁ ଏ ସମସ୍ତ ବିଷୟ ସମ୍ପର୍କେ ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀଙ୍କ ସହ ମୌଖିକ ଆଲୋଚନା କରାଯିବା ସମୟରେ ଜଣାପଡିଥିଲା ଯେ ଏ ଉନ୍ନତିକରଣ ଯୋଜନା ଉପରେ ବକେୟା ଥିବା ଅର୍ଥ AJ Enterprisesକୁ ପଇଠ କରାଯିବ ଏବଂ ପରେ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯାହାକି ଆଦୌ ଗ୍ରହଣୀୟ ନୁହେଁ ତେଣୁ ଯେ ପର୍ଯ୍ୟନ୍ତ ଏହାର ଠିକ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବା ସହ ଏହି ତଦନ୍ତର ରିପୋର୍ଟକୁ ନୟାଗଡ଼ ଜନସାଧାରଣଙ୍କ ନିମନ୍ତେ ସାର୍ବଜନୀନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ସେହି ସଂସ୍ଥାକୁ ବିଲ ପଇଠ କରାଯିବା ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉ। ଏହି ସବୁ ଦାବି ନେଇ ଯୁବ ନେତା ନୃସିଂହ ଚରଣ ମହାପାତ୍ର, ବରିଷ୍ଠ ନେତା ଆଇନଜୀବୀ କୃପାସିନ୍ଧୁ ଗୌଡ଼ ଏବଂ ଅଖିଳ ଭାରତ ଯୁବଛାତ୍ର ସଂସଦର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ଦାବିପତ୍ର ପ୍ରଦାନ କରିଛନ୍ତି।
ତତସହ ଏହାର ଏକକିତା ନକଲ ଜଙ୍ଗଲ ଓ ପରିବେଶ ବିଭାଗ, ଓଡିଶା ସରକାର, PCCF, ଓଡିଶା, ମାନ୍ୟବର ଜିଲ୍ଲାପାଳ, ନୟାଗଡଙ୍କ ଅବଗତି ନିମନ୍ତେ ଡାକଯୋଗେ ପ୍ରେରଣ କରିଅଛନ୍ତି।