ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଞ୍ଚାୟତ ଅଧୀନ ବାପୁଜୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର 1997 ମ୍ୟାଟ୍ରିକ ବ୍ୟାଚ ର ଚତୁର୍ଥ ବନ୍ଧୁମିଳନ ଉତ୍ସବ ରବିବାର ମଇଁଶିବିନ୍ଧା ନିକଟବର୍ତ୍ତୀ କର୍ପୁର ଝର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୀର୍ଘ 28 ବର୍ଷ ତଳର ପୁରାତନ ଛାତ୍ର ଛାତ୍ରୀ ମାନେ ବହୁଦୂର ଦୂରାନ୍ତରରୁ ସପରିବାରେ ଆସି 80 ରୁ ଅଧିକ ଯୋଗ ଦେଇଥିଲେ ।

ଦୀର୍ଘ ବର୍ଷର ବ୍ୟବଧାନ ପରେ ସମସ୍ତ ସାଙ୍ଗସାଥୀ ଏକତ୍ରିତ ହୋଇ ଦେଖା ହେବାରୁ ସମସ୍ତଙ୍କ ମନରେ ଖୁସି ଓ ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ସମସ୍ତଙ୍କ ସହ ହାତ ମିଳାଇ ବ୍ୟସ୍ତ ବହୁଳ ଜୀବନ ଜଞ୍ଜାଳ ଭିତର ଦେଇ ଯୋଉ ଭାବର ଆଦାନ ପ୍ରଦାନ ଅବର୍ଣ୍ଣନୀୟ ।

ସମସ୍ତେ ମିଶି କେକ କାଟିବା ଠାରୁ ଆରମ୍ଭ କରି ନାଚ ଗୀତରେ ମଜି ଯାଇଥିଲେ । ପିଲାଦିନର ବାଲି ଖେଳ ଠାରୁ ଆରମ୍ଭ କରି ମ୍ୟାଟ୍ରିକ ପର୍ଯ୍ୟନ୍ତ ସମସ୍ତ କଥୋପ କଥନ ,ପଠନ ଓ ଭାବ ର ଆଦାନ ପ୍ରଦାନ ସହିତ ଅତୀତର ସ୍ମୃତି ଚାରଣ କରିଥିଲେ । ସେଠାକାର ପ୍ରାକୃତିକ ପରିବେଶ ଅତି ସୁନ୍ଦର ଓ ମନୋରମ ଥିଲା । ସମସ୍ତେ ମିଶି ସେଇ ସବୁଜିମା ପୂର୍ଣ୍ଣ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ବଣ ଭୋଜି କରି ବିଭିନ୍ନ ପ୍ରକାରର ସୁସ୍ଵାଦ ବ୍ୟଞ୍ଜନ ଖାଇବାରେ ମଜା ନେଇଥିଲେ । ପ୍ରତ୍ୟେକ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ସମସ୍ତେ ମତ ପ୍ରାକାଶ କରିଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସାହାଯ୍ୟ ସହଯୋଗ ଓ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ବହୁ ଦୂର ଦୁରାନ୍ତରରୁ ଆଗମନ କରିଥିବା ଛାତ୍ର ଛାତ୍ରୀ ମାନେ ଭଲରେ ଭଲରେ ସ୍ୱଗୃହକୁ ପ୍ରତ୍ୟାଗମନ କରିଥିଲେ ବୋଲି ଗ୍ରୁପ୍ ରେ ବାର୍ତ୍ତା ପ୍ରେରଣ କରିଥିଲେ। ପରିଶେଷରେ ସମସ୍ତଙ୍କ ଭବିଷ୍ୟତ ଜୀବନ ସରସ ,ସୁନ୍ଦର ଓ ମଧୁମୟ ହେବା ସହିତ ସମସ୍ତେ ଶାନ୍ତି ସ୍ବସ୍ତି ନିରାମୟ ଜୀବନ ଯାପନ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ ।