ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡାସ୍ଥିତ ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟଇଂରାଜୀ ବିଦ୍ୟାଳୟ ପରିସରରେ ଆଜି 11ଘଟିକା ସମୟ ରେ ବାବାସାହେବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପଲ୍ଲୀପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ, ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟଇଂରାଜୀ ବିଦ୍ୟାଳୟ, ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୁଃଖାପଲ୍ଲୀ ରବୀନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟ ସମେତ ଆଖପାଖ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ସାଧାରଣଜ୍ଞ।ନ, ସଂଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପଲ୍ଲୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ଡିସେମ୍ବର ୭ତାରିଖ ଦିନ ବରିଷ୍ଠ ଅତିଥି ମାନଙ୍କ ଦ୍ୱାରା ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ବିଜୟ କୁମାର ସେଠୀ ଙ୍କ ଠାରୁ ସୂଚନା ମିଳିଛି । ପ୍ରତ୍ୟେକ ବର୍ଷ ବାବାସାହେବ ଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ କରାଯାଇଥାଏ।