ଗଣିଆ ଉନୟନ କମିଟି ସରକାରଙ୍କ “ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ କୁ ସମର୍ଥନ ଜଣାଇ ଆଜି 12ଘଟିକା ସମୟ ରେ ଘଡୁଆଳ ସ୍ଥିତ ତପସ୍ୟା ଗୃହ ଠାରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ଉଷା ପଟ୍ଟନାୟକ ଯୋଗ ଦେଇ ସୂଚନା ପ୍ରଦାନ କରିଥିଲେ GUC ଦେଶର 400ରୁ ଅଧିକ ଜିଲ୍ଲାରେ କାର୍ଯ୍ୟ କରୁଥିବା ଓ 250ରୁ ଅଧିକ ଶିଶୁ ସୁରକ୍ଷା ଅଂଶୀଦାରଙ୍କ ଜାତୀୟ ନେଟୱାର୍କ ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ (JRC)’ ମେଣ୍ଟର ଏକ ଅଂଶୀଦାର ଅଟେ ।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ବାଲ୍ୟ ବିବାହ ବିରୋଧରେ ଭାରତ ସରକାର “ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ତା – ୨୭ – ୧୧ -୨୦୨୪ ରେ ବାଲ୍ୟ ବିବାହ ବିରୋଧରେ ଜିଲ୍ଲା ପ୍ରଶାସନ ଓ ଗଣିଆ ଉନୟନ କମିଟି ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଉତ୍ଥାଘଟନୀ ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ସମାରୋହରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ କାର୍ଯକ୍ରମ କୁ ଉଦ୍ଘାଟନ କରିବା ସହିତ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।
ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ଏହି ସମାରୋହରେ ଯୋଗ ଦେଇ ସଦଭାବନାଗୃହ ରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ନେଇ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ । ଜିଲ୍ଲାର ସମସ୍ତ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ (CMPO).. ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନେ, ଏନଜିଓ,ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରଶାସନ ର ବିଭିନ୍ନ ପଦାଧିକାରୀ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I
ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ “ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧକୁ ସମାଜରୁ ସମୂଳେ ଉତ୍ପାଟନ କରାଇବା ପାଇଁ ସବୁବର୍ଗର ଲୋକଙ୍କୁ ଏକାଠି ହୋଇ କାମ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।
ବାଲ୍ୟ ବିବାହ ଉଚ୍ଛେଦ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣା ଦେବୀj ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ ଏବଂ ଏହି ଅଭିଯାନ 25 କୋଟି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଉନ୍ମୋଚନ ସମୟରେ ବାଲ୍ୟ ବିବାହକୁ ସହଜରେ ରିପୋର୍ଟ କରିବା ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ଯ ଉନ୍ମୋଚନ କରାଯାଇଥିଲା ।