ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବନମାଳୀପୁର ଗ୍ରାମ ପଞ୍ଚାୟତ ଅଧୀନ ଶ୍ରୀ ଶ୍ରୀ ସୋମନାଥ ଦେବ ଶୈବପୀଠ ପରିସରରେ ବୁଧବାର ପୂର୍ବାହ୍ନ ଏଗାର ଘଟିକା ସମୟରେ ଖଣ୍ଡପଡା ଓ ଭାପୁର ଦୁଇଗୋଟି ବ୍ଲକ୍ କୁ ନେଇ ଗଠିତ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର 42 ଗୋଟି ପଞ୍ଚାୟତର ବିଜୁ ଯୁବ ସଭାପତି ଓ ଛାତ୍ର ସଭାପତି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସମସ୍ତ ଦାୟିତ୍ବ ଗ୍ରହଣ କରିଥିବା ତଥା ଭାପୁର ବ୍ଲକର ଉପାଧ୍ୟକ୍ଷ ମାନ୍ୟବର ଶ୍ରୀଯୁକ୍ତ ବେଣୁଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଯୁବ ଓ ଛାତ୍ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ରେ ବିଜୁ ଜନତା ଦଳର ଜିଲ୍ଲା ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା , ଛାତ୍ର ସଭାପତି ଅର୍ଜୁନ ପଣ୍ଡା , ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା , ଭାପୁର ବ୍ଲକ ସଭାପତି ଶିବପ୍ରସାଦ ଷଡ଼ଙ୍ଗୀ , ଖଣ୍ଡପଡା ବ୍ଲକ ସଭାପତି ବିଜୟ କୁମାର ତ୍ରିପାଠୀ , ବରିଷ୍ଠ ସଂଗଠକ ସନ୍ତୋଷ ତ୍ରିପାଠୀ , ଖଣ୍ଡପଡା ବ୍ଲକ ଯୁବ ସଭାପତି ମନୋରଞ୍ଜନ ବେହେରା , ଖଣ୍ଡପଡା ବ୍ଲକ ଛାତ୍ର ସଭାପତି ବିକ୍ରମ ପ୍ରଧାନ , ଭାପୁର ବ୍ଲକ ଯୁବ ସଭାପତି ସନ୍ତୋଷ ପାଲଟାସିଂ , ଭାପୁର ବ୍ଲକ ଛାତ୍ର ସଭାପତି ସତ୍ୟବ୍ରତ ସାହୁ , ମୋନାଲି ପ୍ର1ୟଦର୍ଷିନି ଆଦି ମଞ୍ଚାଷିନ ଥିଲେ ।

ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତର ଯୁବ ଓ ଛାତ୍ର ସଂଗଠନର ପଞ୍ଚାୟତ ସଭାପତି ମାନଙ୍କୁ ନେଇ କିଭଳି ପ୍ରତ୍ୟେକ ୱାର୍ଡ ସ୍ତରରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନିତ କରାଯିବ ଓ ୱାର୍ଡ ସ୍ତରରେ ଯୁବ ଓ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବା ସହିତ ଆସନ୍ତା 2027 ପଞ୍ଚାୟତ ନିର୍ବାଚନକୁ ସଂପୂର୍ଣ୍ଣ କରାୟତ କରିବା ଓ 2024 ସାଧାରଣ ନିର୍ବାଚନ ରେ କିପରି ପୁଣି ଥରେ ଓଡ଼ିଶାରେ ବିଜୁ ଜନତା ଦଳ ଶାସନ କରିବ ଏହି କର୍ମୀ ସମ୍ମିଳନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମନୋରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ପରିଶେଷରେ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ
