ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷ୍ୟତାରେ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାମିଲ ପ୍ରତିଷ୍ଠାନ, ଅଜିତ କୁମାର ମହାନ୍ତି, ଡ଼ି ଡ଼ି ଏମ ନାବାର୍ଡ଼, ତୃପ୍ତି ତାପସି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁରେନ୍ଦ୍ର କୁମାର ସାହୁ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ ମାନେ ଯୋଗ ଦାନ କରି ତାଲିମ ପ୍ରତିଷ୍ଠାନର ସୁପରିଚାଳନା ନିମନ୍ତେ ସେମାନଙ୍କର ସୁପରାମର୍ଶ ପ୍ରଦାନ କରିଥିଲେ ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନର ଦ୍ୱିତୀୟ ତ୍ରୟ ମାସିକ ବୈଠକ
