ମୋ ମାଟି ଭାପୁର ତରଫରୁ ଆୟୋଜିତ ଭାପୁର ମହୋତ୍ସବ-୨୫ ପାଇଁ ମହୋତ୍ସବ କମିଟି ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଭାପୁର ବାଇପାସ ନିକଟ କଲ୍ୟାଣ ମଣ୍ଡପରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି. ଚଳିତ ମାସ ୧୦/୧୧/୧୨ ଏବଂ ୧୩ ତାରିଖରେ ତୃତୀୟ ବର୍ଷ ପାଇଁ ଏହି ମହୋତ୍ସବ ହାଇସ୍କୁଲ ପାଖ ପଡିଆରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ,କିପରି ଭାବରେ ଶାନ୍ତିଶୃଙ୍ଖଳା ଓ ଆହୁରି ଅଧିକ ଆକର୍ଷଣୀୟ ରୂପେ ଅନୁଷ୍ଠିତ ହେଵ ସେଥିପାଇଁ ଭାପୁର ମହୋତ୍ସବ କମିଟିର ବରିଷ୍ଠ କର୍ମକର୍ତ୍ତା,ବ୍ଲକ ସ୍ତରୀୟ ପ୍ରଶାସନ, ଶିକ୍ଷାବିତ୍ ଏବଂ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନେ ନିଜେ ନିଜର ମତାମତ ଦେଇଥିଲେ। ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଭାପୁର ବ୍ଲକ ବିଡିଓ ସାରଦା ପ୍ରସାଦ ପଣ୍ଡା,ତହସିଲଦାର ଅର୍ଜୁନ ପ୍ରଧାନ, ଫତେଗଡ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା,ଭାପୁର ଆଉଟ୍ ପୋଷ୍ଟ ଅଧିକାରୀ ସଞ୍ଜୟ କୁମାର ପରିଡ଼ା, ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ.ବିଶ୍ଵନାଥ ସାହୁ,ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରଭାକର ସାହୁ, ବରିଷ୍ଠ ପତ୍ରକାର ରବୀନ୍ଦ୍ର କୁମାର ପଟ୍ଟନାୟକ, ବ୍ଲକ ଡ୍ରାଇଭର ମହାସଂଘର ସଭାପତି ସନ୍ତୋଷ କୁମାର ଜେନା , ଜନପ୍ରତିନିଧି ତଥା ବ୍ଲକରେ କାର୍ଯ୍ୟରତ ସମସ୍ତ ସରକାରୀ କାର୍ଯ୍ୟାଳୟର ବିଭାଗୀୟ କର୍ମକର୍ତ୍ତା ମାନେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତ ପ୍ରକାର ସହଯୋଗର ହାତ ବଢେ଼ଇବା ପାଇଁ ସମ୍ମତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଭାପୁର ମହୋତ୍ସବର ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପରିଚାଳନା କରିଥିଲେ ।