ସୂଚନା ଅନୁସାରେ ନୟାଗଡ଼ ବ୍ଲକ ଅନ୍ତର୍ଗତରାଜ ପାଟଣା ଜେମାଦେଇ ପୁର ପାଟଣା ମିନି ଷ୍ଟାଡିଅମ ଠାରେ ପଞ୍ଚାୟତ ମହୋତ୍ସବ, ପଲିଶ୍ରୀ ମେଳା ସନ୍ଧ୍ୟା, 6ଘଟିକା ସମୟ ରେ ଉଦଘାଟିତ ହୋଇଛି,ମା ଅଙ୍କୁଲାଇ ପୀଠ ରୁ ମସାଲଶୋଭା ଯାତ୍ରା ବାହାରିମିନି ଷ୍ଟାଡିଅମ ପଡିଆ ରେ ପହଂଚି ଥିଲା,ଏହି ଅବସର ରେ ମାନ୍ୟବର ବିଧାୟକ ଡ଼ଃ ଅରୁଣକୁମାର ସାହୁ ଯୋଗ ଦେଇ ଉଦଘାଟକ ଭାବେ ଉଦଘାଟନ କରିଛନ୍ତି, ନୟାଗଡ଼ ପଞ୍ଚାୟତ ସମିତି ଓ ଓରମାସ ସହାୟତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କମିଟି ସଦସ୍ୟ ନିରଞ୍ଜନ ମିଶ୍ର ବିବରଣୀ ପଠନ କରିଥିଲେ,ଏହା ଆସନ୍ତା 20ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏଥି ସହିତ ବିଭିର୍ନ ପ୍ରଦର୍ଶନୀ ପଲିଶ୍ରୀ ମେଳା ସହିତ ପ୍ରତ୍ୟକ ସନ୍ଧ୍ୟା ରେ ଦର୍ଶକଙ୍କମନୋରଞ୍ଜନ ପାଇଁ ସିନେ ତାରକା, ହାସ୍ୟ ଅଭି ନେତା ଓ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ରେ ପରିବେଷଣ ପାଇଁ କମିଟି ପକ୍ଷ ରୁ ସୂଚନା ମିଳିଛି, ଆଜିର ପ୍ରଥମ ସନ୍ଧ୍ୟା ରେ ଅନ୍ୟ ତମ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଉପାଧକ୍ଷ ଲକ୍ଷ୍ମୀ ପ୍ରିୟା ସାହୁ, , ଓ ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ,

ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ,ପ୍ରଥମ ସନ୍ଧ୍ୟା ରେ ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ ପରିବାର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ, ସମ୍ବଲପୁରୀ ନୁର୍ତ୍ୟ,ଓ ଛଉ ନୁର୍ତ୍ୟ ପରିବେଷଣ କରାଯାଇଥିଲା, ଆଜି ର କାର୍ଯ୍ୟକ୍ରମ ରେ ସିନେ ତାରକା ସୁମନ,ଦେବୁ ବ୍ରହ୍ମା,ପ୍ରଦୀପ ଖୁଣ୍ଟିଆ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଦର୍ଶକ ଙ୍କୁ ମନୋରଞ୍ଜନ ର ଖୁରାକ ଯୋଗାଇ ଥିଲେ,
