ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ଜିଲ୍ଲା ପାଳଙ୍କ ଅଫିସ କାର୍ଯ୍ୟାଳୟ ରେ ଶରଧାପୁର ଗ୍ରାମପଞ୍ଚାୟତ ର ଗ୍ରାମ ବାସି ଙ୍କ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ କରିବା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି, ଏପଟେ ଦାବି ଅନୁଯାୟୀ ପଞ୍ଚାୟତ ରେ କାର୍ୟନିର୍ବାହୀ ଅଧିକାରୀ ରୂପେକାର୍ଯ୍ୟ ରତ ଦାୟିତ୍ୱ ତୁଲାଉ ଥିବା ଅଧିକାରିଣୀ ରଶ୍ମିତା ସେଠି ଆକ୍ରୋଶ ଓ ରାଜନୈତିକ ମନୋଭାବ ରଖି ପଞ୍ଚାୟତ ର ଜନ ସାଧାରଣ ଙ୍କୁ ହଇରାଣ କରିବା,ଗ୍ରାମ ପଞ୍ଚାୟତ ରେ ବୈଠକ, ଗ୍ରାମସଭା, ଓ ପଲ୍ଲୀ ସଭାୱାର୍ଡ ମେମ୍ବର ଙ୍କୁ ନ ଜଣାଇ ମନ ଇଛା କରୁଥିବା ବେଳେ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କରାଇଦେବା ପାଇଁ ଟଙ୍କା ମାଗିବା, ସହିତଗ୍ରାମ ବାସୀଙ୍କ ଅଭିଯୋଗ ଅନୁଯାୟୀଚାଉଳ ବଣ୍ଟନରେ ହେରଫେର କରିବା ଓ ହିତାଧିକାରୀ ମାନଙ୍କୁ ଚାଉଳ ବଣ୍ଟନ ସମୟ ରେ ଦୁବ୍ୟବହାର ପ୍ରଦାନ କରିବା, ଆଜି ସମୟ ନାହିଁ ପରେ ଆଶା ଆଉଦିନେ ଆସ କହି ଲୋକ ମାନଙ୍କୁ ହଇରାଣ ହରକତ କରୁଛନ୍ତି, ପଞ୍ଚାୟତ ବାସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ସେଠି ଙ୍କ ଏହି ମନୋମୁଖି କାର୍ଯ୍ୟ କଳାପ କୁ ନେଇ ଅତିଷ୍ଠ ହୋଇ ପଞ୍ଚାୟତ ବାସି ମିଳିତ ଭାବରେ ଜିଲ୍ଲା ପାଳଙ୍କୁ ଅଭିଯୋଗ କରିବା ସହିତ ଦାବି ପତ୍ର ପ୍ରଦାନ କରିଥିବା ବେଳେ ତୁରନ୍ତ ଏହି ଘଟଣା ର ତଦନ୍ତ କରି ଶରଧା ପୁର ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ସେଠି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତ ବାସି ଜିଲ୍ଲା ପାଳଙ୍କୁ ନିବେଦନ କରିବା ସହିତ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି
ଶରଧାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ସେଠି ଙ୍କ ମନୋମୁଖୀ କାର୍ଯ୍ୟ କଳାପକୁ ନେଇ ଗ୍ରାମ ବାସି ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଅଭିଯୋଗ ସହ ଦାବି ପତ୍ରପ୍ରଦାନ
