ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟରେ ୧୦ଦିନ ଧରି ଚାଲିଥିବା ସଂସ୍କୃତ ଶିବିର ଆଜି ଅଦଯାପିତ ଜୋଇଯାଇଛି. ଉକ୍ତ ଉତ୍ସବରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ବିଭାଗର ୧୦୦ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇଥିଲେ. ସଂସ୍କୃତ ଶିକ୍ଷାରେ ଲିଖନ, ପଠନ, ସହିତ ସଂସ୍କୃତ ଭାଷାରେ କିଭଳି ବାର୍ତାଳାପ କରିପାରିବ ସେ ନେଇ ଶିବିରରେ ଶିକ୍ଷା ଦିଆଯାଇଥିଲା.ଅଧକ୍ଷ ପଦ୍ମଚରଣ ସାହୁଙ୍କ ତା୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା. ପ୍ରଶାନ୍ତ କୁମାର ମଲିକ, ଦର୍ଶନ ଅଧ୍ୟାପକ, ଶଙ୍କର୍ଷଣ ପାତ୍ର ସାହିତ୍ୟ ବିଭାଗ ଅଧ୍ୟାକ ଶିବିରରେ ସମ୍ପୂର୍ଣ୍ଣ ନୂତନ କୌଶଳ ସଂସ୍କୃତ ଶିକ୍ଷକୁ ସରସ ସୁନ୍ଦର କରିଥିଲେ.୧୦ଦିନ ଧରି ପ୍ରଜାୟ କ୍ରମରେ ଶିବିରର ନୀତି ନିଅୟାମୁ ସାରେ ଶିବିର ହୋଇଥିଲା.

ସଂସ୍କୃତ ଶ୍ଳୋକ, ସଂଗୀତ, ବାର୍ତାଳାପ, ତର୍କ ଭଳି ବିଭିନ୍ନ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା. ଉକ୍ତ ଦିବସର ଅନ୍ତିମ ଦିବସରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା. ଯଥା ସଂସ୍କୃତ ଭାଷାରେ ତର୍କ , ଶ୍ଳୋକ , ସଂଗୀତ, ନୃତ୍ୟ. ଅନ୍ତିମ ଦିବସରେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ସଂସ୍କୃତ ଭାଷାରେ ନୃତ୍ୟ ସହିତ ନାଟକ ମଧ୍ୟ ପରିବେଷଣ ହୋଇଥିଲା. ଜଙ୍ଗଲ, ବୃକ୍ଷ କୁ ସୁରକ୍ଷା ଦେବା ନେଇ ଏକ ସଚେତନତା ମୂଳକ ନାଟକ ଅନୁଷ୍ଠିତ ହୋଇଥିଲା ଯାହାକୁକୀ ପ୍ରଦ୍ମଚରଣ ସାହୁ ନିର୍ଦ୍ଧେସାନ ଦେଇଥିଲେ.ଶେଷରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା. ଉକ୍ତ ସଭାରେ ଓଡ଼ିଆ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଇଂରାଜୀ ଅଧ୍ୟାପକ ସଞ୍ଜୟଦତ ଆଚାର୍ଯ୍ୟ, ସଂସ୍କୃତ ସାହିତ୍ୟ ଅଧ୍ୟାପକ ଶଙ୍କର୍ଷଣ ପାତ୍ର, ଦର୍ଶନ ଅଧ୍ୟାପକ ପ୍ରଶାନ୍ତ ମଲିକ ସମେତ ସମସ୍ତ କର୍ମଚାରୀ ଉଆପସ୍ଥିତ ରହିଥିଲେ.ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ଶିବିରର ଅନୁଭୂତିକୁ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ. ଶେଷରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତି ଛାତ୍ର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଶିବିରକୁ ସମାପ୍ତ କରାଯାଇଥିଲା.