Skip to content

ସଫେଇ ଅଭିଯାନ, ଝାଡୁ ଧରିଲେ ପୌରଅଧକ୍ଷା, ଉପାଧକ୍ଷ, କାଉନସିଲର

ନୟାଗଡ଼ ପୌର ପରିଷଦ ପକ୍ଷରୁ ଚାଲିଛି ସମୂହ ସଫେଇ ଅଭିଯାନ ସକାଳ 7ଘଟିକା ସମୟ ରେ ଏହି ଅଭିଯାନ ରେ ଝାଡୁ ଧରିଛନ୍ତି ନୟାଗଡ଼ ପୌରଧକ୍ଷା ନିରୁପମା ଖଟେଇ, ଓଉପାଧକ୍ଷ ଗୁରୁପ୍ରସାଦ ଜେନା, ସଫେଇ କାର୍ଯ୍ୟ କରିବା ସହ ଲୋକ ମାନଂକୁ ସଚେତନତା ବାର୍ତା ଦେଇଛନ୍ତି, ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରୁ ହାଟ ପଦା ପର୍ଯ୍ୟନ୍ତ ସମୂହସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ପ୍ରତ୍ୟକ ପରିବାର ଘରର ଅଳିଆ କୁ ଦୁଆର ଆଗରେ ଡବାରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି,

ନୟାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଠାରୁ ଉଭୟ ପାର୍ଶ୍ଵ ର ସଫେଇ କାର୍ଯ୍ୟ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ କାଉନସିଲର, କିସାନ ଦାସ, ଲକ୍ଷ୍ମୀଧର ମହାପାତ୍ର, ସୁନିତା ମହାପାତ୍ର, ଦୀନବନ୍ଧୁ ଗୁରୁ, ଅଳକା ନାୟକ, ଜାନକୀ ବଲ୍ଳଭ ଜେନା, ସାମ୍ବାଦିକ ତଥା ସମାଜ ସେବି ଶ୍ରୀକାନ୍ତ ଖଟେଇ, ଓ କାଉନସିଲର ଙ୍କ ପ୍ରତିନିଧି ଗଦାଧର ଜେନା, ପ୍ରମୁଖ ସାମିଲ ହୋଇଥିଲେ, ଏଥି ସହିତ ପୌର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ

Ad 1