ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’ ଓ ଇଂରାଜୀ ପାକ୍ଷିକ ‘ନୟାଗଡ଼ ଲାଇଟ୍ ‘ରଯଥା କ୍ରମେ 24ତମ ଏବଂ 9ମଜନ୍ମୋତ୍ସବ ସ୍ଥାନୀୟ କେସି କ୍ଳବ ଠାରେ ପାଳିତ ହୋଇଛି, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ,ପ୍ରାକ୍ତନ ଅଧକ୍ଷ ଜନାବ ଓମାର ମଲ୍କିକ ଓ ଅଶୋକ କୁମାର ନାୟକ, ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ,ସମାଜ ସଂସ୍କାର ସାମ୍ବାଦିକ ମାନଙ୍କର ଗୁରୁ ଦାୟିତ୍ୱ ହେବା ଆବଶ୍ୟକ ବୋଲି ଅତିଥି କହିଥିବା ବେଳେ ସାମ୍ବାଦିକ ମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭଵ, ଏହି ଅବସର ରେ ଶୀତ କବିତା ପାଠୋଶ୍ଚବ ଆୟୋଜନ କ ରାଯାଇଥିଲା,ରାଜ୍ୟସ୍ତରୀୟ କବି ବୃନ୍ଦ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ, ଏହି କବିତା ଗୁଡିକୁ କ୍ଷଣ ପ୍ରଭା, କର, ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ, ଦର୍ଶନ ସାମ୍ବାଦିକ ରଞ୍ଜନ କୁମାର ପରିଡା ଙ୍କୁ ସମ୍ବାଦ ପରମ୍ପରା -2024ଓ ଏମ. ଆଉରଙ୍ଗ ଜେବ ଙ୍କୁ ନୟାଗଡ଼ ଲାଇଟ -2024ସଂମ୍ମାନ ପ୍ରଦାନ କରାଯାଇଥିଲା ଏଥି ସହିତ 13ଜଣକୁ ମହାନ ବ୍ୟକ୍ତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସବ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ସୁରଦେଓ ଏହାକୁ ପରିଚାଳନା କରିଥିଲେ
ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ।ସମ୍ବାଦ ପରମ୍ପରା ଓ ନୟାଗଡ଼ ଲାଇଟ୍ ର ଜନ୍ମୋତ୍ସବ
