ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠି ପଡ଼ା ପରିସରରେ ତିନିଦିନ ଧରି ଚାଲିଥିବା ଏଫ.ଏଲ.ଏନ ପ୍ରୟୋଗ କର୍ମ ଶାଳା ଆଜି ଉଦ୍ଯାପିତ ହୋଇଯାଇଛି ।

ଏଥିରେ ଯୋଗଦେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରି ଏଫ.ଏଲ.ଏନ ରେ ପ୍ରୟୋଗ କରିବାର କୌଶଳ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ।ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସୁରେଶ କୁମାର ସେଠୀ ନୂତନ କରି ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ । ପ୍ରଦୀପ୍ତ କୁମାର ପଣ୍ଡା, ଭାସ୍କର ଚନ୍ଦ୍ର ଦାଶ ,ଲକ୍ଷ୍ମୀଧର ପ୍ରଧାନ ,ସନ୍ତୋଷ କୁମାର ସାହୁ, ସାଧାନ କର୍ମୀ ରୂପେ କାର୍ଯ୍ୟ କରିଥିଲେ । ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ, ନୟାଗଡ଼ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କର୍ମଶାଳାଟି ବି.ଆର.ସି.ସି. ଧନେଶ୍ଵର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ କରିଥିଲେ ।