ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ଵବିତ୍, ସାହିତ୍ୟିକ, ଅନୁବାଦକ ଡ଼ ଜଗମୋହନ ଆଚାର୍ଯ୍ୟ ଙ୍କୁ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମି ସାର୍ଟିଫିକେସନ୍ ର ପରାମର୍ଶ ଦାତା ପ୍ୟାନେଲ୍, କୋଲକାତା ରିଜନ୍ ର ସଦସ୍ୟ ଭାବେ ମନୋନୀତ କରାଯାଇଛି । ନୟାଗଡ଼ ଜିଲ୍ଲା କଣ୍ଟା ବଣିଆ ଶାସନରେ ଜନ୍ମ ହୋଇଥିବା ଡ଼. ଆଚାର୍ଯ୍ୟ,ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଇଂରାଜୀ ସଂସ୍କୃତ,ଓଡ଼ିଆ ଓ ବଙ୍ଗଳାଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହ ଓଡ଼ିଆ ଭାଷା ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷା ରେ ଅନୁବାଦ କରିଛନ୍ତି । ସର୍ବଭାରତୀୟ ସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍”ଋତାୟନୀ”ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଅଛନ୍ତି । ସଂପ୍ରତି ଡ.ଆଚାର୍ଯ୍ୟ,ଖଡ଼ଗପୁର ମହାବିଦ୍ୟାଳୟ, ପଶ୍ଚିମବଙ୍ଗରେ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ।