ତା 14-3-2025ସନ୍ଧ୍ୟା ରେ ପୂର୍ବବର୍ଷମାନଙ୍କ ପରି ଘାରୁଛି କାଳିଆ ନିଶା ସଂଗୀତ ଅନୁଷ୍ଠାନ ତରଫରୁ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମ ମା ଦକ୍ଷିଣ କାଳୀ ଙ୍କ ପୀଠ ରେ ଅନୁଷ୍ଠିତ ହୋଇଛି,ଏଥିରେ ଉଦଘାଟକ ରୂପେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଏହି ଅବସର ରେ ସଂଗୀତ ଗୁରୁ ପ୍ରଭାତ କୁମାର ଦାସ,କଣ୍ଠ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ,ଜୟଶ୍ରୀ ଦେବୀ,ଆଶୁତୋଷ ମିଶ୍ର,ଲକ୍ଷ୍ମଣ କୁମାର ଖଟେଇ,ବିଷ୍ନୁପ୍ରିୟା ବେହେରା, ସୁଚିସ୍ମିତା ଦୋରା,ମାଧବ ଚନ୍ଦ୍ର ଡାକୁଆ,ଶ୍ଵେତପଦ୍ମା ସ୍ୱାଇଁ,ଚିନ୍ମୟ ବେହେରା,ପ୍ରତାପ ଆଚାର୍ଯ୍ୟ, ରାଜେନ ସିଂ, ପ୍ରଭୃତି ସେମାନଙ୍କ ସୁଲଳିତ କଣ୍ଠ ରେ ସଂଗୀତ ପରିବେଷଣ କରିଥିଲେ,ମାନ୍ୟଗଣ୍ୟ ବ୍ୟକ୍ତି,ସ୍ୱନାମ ଧନ୍ୟ ନାଟ୍ୟକାର,ସଂଗୀତ ନିର୍ଦେଶକ,ସାହିତ୍ୟିକ, ଗବେଷକ,ପ୍ରଭୃତି ଅନୁଷ୍ଠାନ ର ଆୟୋଜିତ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ,

ବହୁ ସମୟ ଧରି କଳାକାର ମାନଂକୁ ଉତ୍ସାହିତ କରିଥିବାରୁ,ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ଲକ୍ଷ୍ମଣ କୁମାର ଖଟେଇ,ଶ୍ରୋତା ମାନଂକୁ ଧନ୍ୟବାଦ ଦେଇଥିଲେ,ଶେଷ ରେ ସୁର ଗନ୍ଧର୍ବ ନବ କିଶୋର ମିଶ୍ର,ସମସ୍ତ କଳାକାରମାନଙ୍କୁ ଶ୍ରୀ ଜଗନ୍ନାଥ ଙ୍କ ର ଆଶ୍ରିବାଦ କାମନା କରିଥିଲେ,ସୂର୍ଯ୍ୟ ନାରାୟଣଭୁ୍ୟା ବାଦ୍ୟ ଯନ୍ତ୍ର ରେ ସାହାଯ୍ୟ କରିଥିବା ବେଳେ, ପୀତବାସ କଳସ ଓ ଗୋପୀନାଥ ସେଠି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ