ସୂଚନା ଅନୁସାରେ ଆଜି ପୂର୍ବାହ୍ନ 10ଘଟିକା ସମୟରେ ବିରୁଡ଼ା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଗୋଷ୍ଠୀ ରୁ ଟଙ୍କା ହଡପ ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି, ଅଭିଯୋଗ ଅନୁଯାୟୀ ବାବା ଧବଳେଶ୍ୱର SHG ଗୋଷ୍ଠି ର ମହିଳା ମାନେ ଇଣ୍ଡିଆନ ବ୍ୟାଙ୍କ ରୁ 4ଲକ୍ଷ୍ୟ ଟଙ୍କା ଋଣ ନେଇ ଥିଲେ, ତା 6.09.2020ରୁକ୍ରମାଗତ ଭାବେ ଋଣ ସୁଝି ସାରିଥିଲେ, ଋଣ ଶୁଝିବା ପାଇଁ ଋଣ ଟଙ୍କା ଙ୍କୁ ଶୁଝିବା ପାଇଁ ବ୍ୟାଙ୍କ ନିଯୁକ୍ତ ବ୍ୟାଙ୍କ ସହାୟିକା ମିତ୍ର କୁ ଟଙ୍କା ଦେଇ ଥିଲେ, ବ୍ୟାଙ୍କ ମିତ୍ର ଜଣକ ବିରୁଡ଼ା ଗ୍ରାମର ସଞ୍ଜୟ ନାୟକ ଙ୍କପତ୍ନୀ ସୌଦାମିନୀ ଜେନା,ମହିଳା ମାନେ ଋଣସୁଝିବା ସରିବା କଥା କହୁଥିବା ବେଳେ ବ୍ୟାଙ୍କରୁ ମହିଳା ମାନେ ଋଣ ସୁଝା ଯାଇନାହିଁ ବୋଲି ଜାଣିବାକୁ ପାଇଥିଲେ, ବ୍ୟାଙ୍କ ରେ ଟଙ୍କା ଜମା ନ କରିସେ ଋଣ ଟଙ୍କା କୁ ସୌଦାମିନୀ ହଡପ କରିଥିବା କଥା ଅଭିଯୋଗ କରି ଜିଲ୍ଲା ପାଳଙ୍କ ନିକଟ ରେମହିଳା ମାନେ ପହଂଚି ଅଭିଯୋଗ କରିଥିବା ସୂଚନା ମିଳିଛି
ସ୍ୱୟଂ ସହାୟକଗୋଷ୍ଠୀ ରୁ ଟଙ୍କା ହଡପ ନେଇ ବିରୁଡ଼ା ଗ୍ରାମର ସମୂହ ମହିଳା ଜିଲାପାଳଙ୍କୁ ଅଭିଯୋଗ
