Skip to content

ଅଙ୍ଗନବାଡି ସଙ୍ଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ

ସୂଚନା ଅନୁସାରେ ଆଜି 12ଘଟିକା ସମୟ ରେ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ ପକ୍ଷରୁଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ସମେତ ଜିଲ୍ଲା ର ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି,ନୟାଗଡ଼ ଜିଲ୍ଲା ବିଭିର୍ନ ବ୍ଲକ ର ଅଙ୍ଗନ ବାଡ଼ି ୱାର୍କର କର୍ମକର୍ତା ଏକାଠି ହୋଇ ବଜାର ଦରଦାମ ବୃଦ୍ଧି ଯୋଗୁ ଏସଏନପି ଖାଦ୍ୟ ରନ୍ଧନ ଓ ଅଣ୍ଡା ବଣ୍ଟନ ରେ ବହୁ ସମସ୍ୟା ଉପୁଜୁ ଛି ବୋଲି ଅଭିଯୋଗ କରିଛନ୍ତି,ଅଣ୍ଡା ବଜାର ମୂଲ୍ୟ,8ଟଙ୍କା ରହିଥିବା ବେଳେସରକାର ଙ୍କ ପକ୍ଷରୁ 5ଟଙ୍କା ବ୍ୟବସ୍ତା କରାଯାଇଛି ସେଇଭଳି ଭାବେ ଶୁଖିଲା ଖାଦ୍ୟ, ଓ ରନ୍ଧା ଖାଦ୍ୟ ପାଇଁ ପ୍ରଦାନ କରାଯାଉଥିବା ଅର୍ଥ ରେ ଭୋଜନ ପ୍ରସ୍ତୁତ କରିବା ସମ୍ଭବ ହେଉନାହିଁ,

ଯାହାକୁ ନେଇ ଏ ସମ୍ପର୍କ ରେ କିଛି ପଦକ୍ଷେପ ତଥାକିଛି ବ୍ୟବସ୍ତା କରିବା ପାଇଁ ଜିଲାପାଳ, ଉପଜିଲ୍ଲାପାଳ,, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ସମସ୍ତ ବ୍ଲକ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି, ଉକ୍ତ ଦାବି ପତ୍ର ପ୍ରଦାନ ସମୟ ରେ ଜିଲ୍ଲା ସଭାପତି ଜ୍ୟୋଷ୍ଣା ମୟୀ ପଣ୍ଡା, ଜିଲ୍ଲା ସମ୍ପାଦିକା ବିନୋଦିନୀ ଦେଇ, ଗୀତାଞ୍ଜଳି ସେଠି,, ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର ଏବଂ ସମସ୍ତ ବ୍ଲକ ର କର୍ମ କର୍ତା ଉପସ୍ଥିତ ଥିଲେ

Ad 1