ଅଙ୍ଗନ ବାଡ଼ି କେନ୍ଦ୍ର ରେ ପିଲାଙ୍କ ପାଇଁ ରନ୍ଧା ଖାଦ୍ୟ ନିମନ୍ତେ ଯୋଗାଇ ଦିଆ ଯାଉଥିବା ପ୍ରାପ୍ୟ ବୃଦ୍ଧି କରିବା ଦାବିରେ …
ସୂଚନା ଅନୁସାରେ ଆଜି ଅପରାହ୍ନ 3ଘଟିକା ସମୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରେ ଭାରତ ବିକାଶ ପରିଷଦ ପକ୍ଷରୁ 5ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି, ଦାବି ମୁତାବକ ଅଙ୍ଗନ ବାଡ଼ି କେନ୍ଦ୍ର ରେ ପିଲାଙ୍କ ପାଇଁ ରନ୍ଧା ଖାଦ୍ୟ ନିମନ୍ତେ ଯୋଗାଇ ଦିଆ ଯାଉଥିବା ପ୍ରାପ୍ୟ କୁ ବୃଦ୍ଧି କରିବା, ସ୍ୱଳ୍ପ ପ୍ରାପ୍ୟ ଦିଆ ଯାଉଥିବା ବେଳେ ଏପଟେ ଦରଦାମ ବୃଦ୍ଧି ଯୋଗୁ ବ୍ୟାପକ ସମସ୍ୟା ସହ ଅସୁବିଧା ସୃଷ୍ଟି ହେଉଥିବା ବେଳେ ଅଣ୍ଡା ର ମୂଲ୍ୟ ବଜାର ରେ ଅଧିକ ଥିବା ବେଳେ, ଅଣ୍ଡା ପାଇଁ ସରକାର 5ଟଙ୍କା ଦେଉଛନ୍ତି,ସେହିପରି ଭାବେ ଖାଇବା ତେଲ ର ଦରଦାମ ଅଧିକ ଥିବା ବେଳେ ସରକାର ମାତ୍ର 74ଟଙ୍କା ପ୍ରଦାନ କରୁଛନ୍ତି,ଡାଲି ର ଦରଦାମ ବୃଦ୍ଧି ହୋଇଥିବା ବେଳେ ସରକାର 65ଟଙ୍କା ପ୍ରଦାନ କରୁଛନ୍ତି,ରାଜ୍ୟ ସରକାର ସିଡିପିଓ ଙ୍କ ଜରିଆରେ ଛୋଟ ପିଲା ମାନଙ୍କୁ ନିମ୍ନ ମାନର ଡ୍ରେସ ପୋଷାକ କ୍ରୟ କରି ଖଣ୍ଡପଡ଼ା ତଥା ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ରେ ବଣ୍ଟନ କରୁଛନ୍ତି, କିନ୍ତୁ ପିଲା ମାନଙ୍କୁ ପୋଷାକ ପ୍ରତି ପିଲାର ମାପ ପ୍ରକାର ସିଲାଇ କରି ବଣ୍ଟନ ପାଇଁ ନିୟମ ଥିବା ବେଳେ sHG ଜରିଆରେ ନିମ୍ନ ମାନରପୋଷାକବଜାର ରୁ କିଣି ବଣ୍ଟନ କରି ବହୁ ଟଙ୍କା ସିଡିପିଓ ମାନେ ମୋଟା ଅଙ୍କର ଟଙ୍କା ଆତ୍ମ ସାତ କରୁଛନ୍ତି,
ଏହାକୁ ଯାଞ୍ଚ କରିବା ପାଇଁଭାରତ ବିକାଶ ପରିଷଦପକ୍ଷରୁ ଦାବି ହୋଇଥିବା ବେଳେ ତତ ସହିତ ପୂର୍ବ ଭଳି ପିଲାମାନଙ୍କ ପୋଷାକ ସିଲାଇ କରି ବଣ୍ଟନ କରିବା ପାଇଁ ପ୍ରତି ଅଙ୍ଗନ ବାଡ଼ି କର୍ମୀ ମାନଙ୍କୁ କ୍ଷମତା ପ୍ରଦାନ ପାଇଁ ଦାବି କରିଛନ୍ତି, ମୁଖ୍ୟତଃ ଭାବେ ଅଙ୍ଗନ ବାଡ଼ି କର୍ମୀ 10ହଜାର ମାସିକ ଭତା ପାଉଥିବା ବେଳେ ସେ ଭତା ଟଙ୍କାରୁ ବଜାରବିଭିର୍ନ ଜିନିଷ ଦରଦାମ ବୃଦ୍ଧି ହୋଇ ଥିବା ବେଳେ ନିଜ ଭତା ଟଙ୍କାରୁ ଜିନିଷ କିଣି କେନ୍ଦ୍ର ଚଳାଉ ଛନ୍ତି ଏଭଳି ଦର ରେ ଅଙ୍ଗନବାଡି ବଜାର ରୁ କିଣି କେନ୍ଦ୍ର ରେ ରୋଷେଇ କରି ଛୋଟ ଛୋଟ ଶିଶୁଙ୍କୁ ଦେବାଦ୍ୱାରା ଅଙ୍ଗନବାଡି କର୍ମୀ ମାନେ ମାନସିକ ଓ ଶାରୀରିକ ସ୍ତର ରେ ଅଶାନ୍ତି ହେଇ ଋଣ କରି ଆତ୍ମହତ୍ୟା କରିବା ନଜିର ରହିଥିବା ବେଳେ ଏ ତମାମ ସମସ୍ୟା କୁ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି,ଯଦି ଦାବି ପୂରଣ ନ ହୁଏ ଆଗାମୀ ଦିନ ରେ ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ତ ହେବେ ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆ ଯାଇଛି