ଅଙ୍ଗ ଦାନ କରି ଗାର୍ଡ ଅଫ ଅନର ପାଇଲେ ନୟାଗଡ଼ ପୁରୁଣା ସହର ପିକୁନ ସିଦ୍ଧାର୍ଥ ସାହୁ, ସୂଚନା ଅନୁସାରେ ପିକୁନ ଗତ 20ଦିନ ତଳେ ଗଣିଆ ଅଞ୍ଚଳ ନିଜ ମାଉସୀ ଘର କୁ ଯାଇଥିଲେ, ରାତିରେ ଛାତ ଉପରେ ଶୋଇ ଥିବା ବେଳେ ହଠାତ ତଳକୁ ଗାଡି ପଡ଼ିଥିଲେ, ତାଙ୍କୁ ତୁରନ୍ତ ନୟାଗଡ଼ ମୁଖ୍ୟ ଚିକିତ୍ସା ଳୟକୁ ଅଣା ଯାଇ ଚିକିତ୍ସାକରିବା ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ପାଠା ଯାଇଥିଲା,

ସେଠାରେ 16ଦିନ କାଳ ଚିକିତ୍ସା ହେବା ପରେ ଗତକାଲି ତାଙ୍କର ପରଲୋକ ହୋଇଥିଲା, ପରିବାର ପକ୍ଷରୁ ତାଙ୍କ ଅଙ୍ଗ ଦାନ ସ୍ୱରୂପ ଲିଭର କୁ ଦାନ କରାଯାଇଥିଲା,ଆଜି ତାଙ୍କ ମର ଶରୀର ନୟାଗଡ଼ ପୁରୁଣା ସହର ବାସ ଭଵନ ରେ ପହଞ୍ଚିଥିଲା, ନୟାଗଡ଼ ସ୍ମଶାନ ଠାରେ ନୟାଗଡ଼ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା, ନୟାଗଡ଼ ପୁରୁଣା ସହର ର ପପି ସାହୁ, ମାତା ଜୟନ୍ତି ସାହୁଙ୍କ ଏକ ମାତ୍ର ପୁତ୍ର ଥିଲେ ପିକୁନ, ସ୍ମଶାନ ଠାରେ ତାଙ୍କୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିବା ବେଳେ ପୁରୁଣା ସହର ଠାରେ ଶୋକ ର ଛାୟା ଖେଳି ଯାଇଥିଲା,
