Skip to content

ଅବ୍ୟବସ୍ଥା ଘେର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ,ନାହିଁ ଆଇସିୟୁ, ରୋଗୀ ହନ୍ତସନ୍ତ,ପାଣି ପାଇଁ ଡହଳ ବିକଳ

ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନୂତନ କୋଠା ନିର୍ମିତ ହୋଇ ଜିଲ୍ଲା ବାସୀଙ୍କୁ ସେବା ଯୋଗାଉ ଥିବା ବେଳେ, ନାହିଁ ନଥିବା ଅବ୍ୟବସ୍ଥା ଦେଖିବାକୁ ମିଳିଛି,ଦୂର ଦୁରାନ୍ତ ରୁ ରୋଗୀ ଆସୁଥିବା ବେଳେ, ଚିକିତ୍ସା ହୋଇ ନ ପରି କିଏ ଭୁବନେଶ୍ୱର, କଟକ ସ୍ଥାନାନ୍ତର ହେଉଛନ୍ତି ତ କିଏ ମୃତ୍ୟୁ ମୁଖ କୁ ଆଦରି ନେଉଛନ୍ତି, ସେବା ଯୋଗାଇବା ପାଇଁ ବଡ଼ କୋଠା ନିର୍ମାଣ ହୋଇଛି ସତ କିନ୍ତୁ ଏପଟେ ନା ଡାକ୍ତର ଅଛନ୍ତି, ନା ରୋଗୀ ସେବା ପାଇପାରୁଛନ୍ତି, ଦେଖିବାକୁ ଗଲେ, ଅଂଶୁଘାତ ଜନିତ ସେବା ବ୍ୟବସ୍ଥା ହୋଇପାରିଛି, ନା ଜଳା ପୋଡା ବିଭାଗର ବ୍ୟବସ୍ଥା , ଏଥି ସହିତ ଡାକ୍ତର ମାନେ ଘରୋଇ କ୍ଲିନିକ ରେ ମାତି ଥିବା ବେଳେ, ଏ ମୁଖ୍ୟ ଚିକିତ୍ସା ଳୟ କୁ ପଚାରେ କିଏ, ଦୂର ଦୁରାନ୍ତ ରୁ ଅସୁଥୁବା ରୋଗୀ ନାନା ଅବ୍ୟବସ୍ଥା ର ସମ୍ମୁଖୀନ ହେଉଥିବା ବେଳେ, ଏଠି ସୁବିଧା ନାହିଁ କୁହା ଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି, ସେହି ପରି ଭାବେ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳାୟ ହୋଇଥିବା ବେଳେ ଆଇସିୟୁ ବ୍ୟବସ୍ଥା ଥିଲେ ମଧ୍ୟ ଉଦଘାଟନ ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାହା ଚାଲୁ ହୋଇ ପାରୁନାହିଁ, ଅଚଳ ଅବସ୍ଥା ରେ ଥିବା ବେଳେ ଏହାକୁ ଚଳାଇବା ପାଇଁ ଡାକ୍ତର ନଥିବା ଶୁଣିବାକୁ ମିଳୁଥିବା ବେଳେ ରୋଗୀ ତଥାତାଙ୍କ ସମ୍ପର୍କୀୟ ଭୁବନେଶ୍ୱର, କଟକ ଯିବାକୁ ପଡୁଛି,ରୋଗୀ ଦୁରଦୂରାନ୍ତ ରୁ ଆସି ଏଠାରେ ହଇରାଣ ହେଉଥିବା ବେଳେ ରୋଗୀ ଙ୍କୁ ଯଥା ଶୀଘ୍ର ତାଙ୍କ ସମ୍ପର୍କୀୟ ଭୁବନେଶ୍ୱର, କଟକ ନେବା ପାଇଁ ପସନ୍ଦ କରୁଛନ୍ତି, ଅନ୍ୟ ବିଭାଗଦେଖିବାକୁ ଗଲେ ସେ ସମ ପରିମାଣ ରେ ରୋଗୀ ହନ୍ତସନ୍ତ ହେଉଛନ୍ତି, ତମାମ ଅବ୍ୟବସ୍ଥା କୁ ନେଇ ଆମ ପ୍ରତିନିଧି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଥିଲେ, କିନ୍ତୁ ଏପଟେ ଚିକିତ୍ସା ଅଧିକାରୀ ମହୋଦୟ ଡାକ୍ତର ନାହାନ୍ତି ଓ 6ମାସ ପରେ ଆଇସିୟୁ ଠିକ ହୋଇଯିବ,ନଚେତ ଏହାର ଅନ୍ୟ ପଦକ୍ଷେପ କିଛି ଗ୍ରହଣ କରିବୁ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ, କିନ୍ତୁ ଆଇସିୟୁ ଚାଲିବାକୁ ନେଇ ଏପଟେ ନୟାଗଡ଼ ଜନସାଧାରଣ ତଥା ରୋଗୀ ଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ,କେବେ ଆଇସିୟୁ ଆରମ୍ଭ ହେଉଛି ତାହା ଦେଖିବାକୁ ବାକି ରହିଲା, ତତ ସହିତରୋଗୀ ମାନଙ୍କ ପାଇଁ ଲାଗିଥିବା ଏସି ଗାୟବ ହୋଇଯାଇଥିବା ବେଳେ, ମୁଖ୍ୟ ଚିକିତ୍ସା ଅଧିକାରୀ ଏ ବିଷୟ ରେ ଜାଣି ନଥିବା କହିଛନ୍ତି, ଆଉ ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥା ରେ ଥିବା ସୁରକ୍ଷା କର୍ମୀ ବିଭିର୍ନ ଅସୁବିଧା ର ସମ୍ମୁଖୀନ ହୋଇଥିବା ବେଳେ କିଛି ମେଡିକାଲ ର କର୍ମଚାରୀ କରିତକର୍ମା ସାଜି ନିଜ ଆସନ କୁ ବହୁ ବର୍ଷ ଧରି ହାତ ମୁଠା ରେ ରଖିଥିବା ବେଳେ ଅନ୍ୟତ୍ର ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି,

ସେହିପରି ଭାବେ ମେଡିକାଲ କର୍ମଚାରୀ, ବଡ଼ ପଣ୍ଡା ସାଜି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କଥାକୁ କର୍ଣ୍ଣାପାତ କରୁନଥିବା ଦେଖା ଯାଇଥିବା ବେଳେ ଏହି ଚିକିତ୍ସା ଳୟ ପାଇଁ ଦୁଇ ଦୁଇ ଜଣ ମ୍ୟାନେଜର ଆସନ ମାଡି ବସିଛନ୍ତି, କଣ ହେଲା ନହେଲା ଦୁଇ ମ୍ୟାନେଜର ଙ୍କ ଅଗୋଚର ରେ, କୋଠ ପୁଅ ସାଜି କୌଣସି କଥା କୁ କର୍ଣ ପାତ କରୁନାହାନ୍ତି, ସତରେ ଏସି କାର୍ଯ୍ୟା ଳୟ ରେ ବସି ତାଙ୍କ ଦିନ ସରୁଥିବା ବେଳେ ରୋଗୀ ମାନଙ୍କୁ ଅସଭ୍ୟ ବ୍ୟବହାର କରୁଥିବା ନଜିର ରହିଛି, କୌଣସି କାର୍ଯ୍ୟ ଦେଖା ଶୁଣା ନକରି ଦରମା ନେବାରେ ବ୍ୟସ୍ତ ଦୁଇ ମ୍ୟନେଜର, ଏପଟେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ମେସିନ କାମ ରେ ଆସୁନଥିବା ଦେଖିବାକୁ. ମିଳୁଛି,ଦିନ ତମାମ ଦୁଇ ମ୍ୟାନେଜର ଏସି ରେ ବସି ଦିନ କାଟୁଥିବା ବେଳେ, ରୋଗୀ ଙ୍କୁ ପଚାରେ କିଏ, ଏହାକୁ ନେଇ ଗଣ ମାଧ୍ୟମ ରେ ସମନିତ ସ୍ୱର ଉଠିଥିବା ବେଳେ, ଏକଥା କୁ ଏଡାଇ ମ୍ୟନେଜର ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ବ୍ୟବହାର ଖରାପ କରିଥିବା ସୂଚନା ମିଳିଥିବା ବେଳେ ଏପରି ଅବ୍ୟବସ୍ଥା କୁ ନେଇ , ଏ ସମସ୍ୟା କେବେ ସୁଧୁରିବ ତାହା ଅପେକ୍ଷା,,

Ad 1