ଆଜି ୧୪ ତମ ଜାତୀୟ ମତଦାନ ଦିବସ,’ମତଦାନ ଭଳି ଆଉ କିଛି ନାହିଁ, ମୁଁ ନିଶ୍ଚିତ ରୂପେ ଭୋଟ ଦିଏ ‘

ଆଜି ୧୪ତମ ଜାତୀୟ ମତଦାନ ଦିବସ । ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।୨୦୨୪ ସାଧାରଣ ନିର୍ବାଚନରେ ନିଜ ମତଦାନ କରିବା ନେଇ ସଚେତନ କରାଯାଇଛି । ଭାରତୀୟ ନିର୍ବାଚନ କମିଶନ୍ ପ୍ରତିଷ୍ଠା ଦିବସର ସ୍କୃତିରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବଦିନ ଭାରତ ପାଳନ କରେ ଜାତୀୟ ଭୋଟର ଦିବସ ।

ଭୋଟରଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଭାରତର ନାଗରିକଙ୍କ ମଧ୍ୟରେ ସଚେତନା ସୃଷ୍ଟି ନିମନ୍ତେ ଉତ୍ସର୍ଗୀକୃତ ହୋଇଥିବାରୁ ଦେଶରେ ଏହି ଦିବସର ଗୁରୁତ୍ଵ ରହିଛି ।

୧୯୫୦ ମସିହା, ଜାନୁଆରୀ ୨୫ ତାରିଖରେ ନିର୍ବାଚନ କମିଶନ୍ ଗଠନ ହୋଇଥିଲା, କିନ୍ତୁ ୨୦୧୧ ମସିହାରେ ପ୍ରଥମ ଭୋଟର ଦିବସ ପାଳିତ ହେଲା । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ମତଦାନ ଭଳି ଆଉ କିଛି ନାହିଁ, ମୁଁ ନିଶ୍ଚିତ ରୂପେ ଭୋଟ୍ ଦିଏ ।’ ନୟାଗଡ଼ରୁ ଜିତୁନ କୁମାର ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like