ଆଡଚେର ଗାଁ ରେ ଭୟାବହ ଅଗ୍ନି କାଣ୍ଡ, ଧ୍ବଂସ ହୋଇଗଲା 2ବଖରା ଘର ସହ ଗାଇ ଗୁହାଳ, ଘଟଣା ସ୍ଥଳ ରେ ପହଂଚି ସ୍ଥିତି ଅନୁଧ୍ୟାନ କଲେ ବ୍ଳକ ଅଧକ୍ଷ, ଓ ତହସିଲଦାର,ସୂଚନା ଅନୁସାରେ ନୟାଗଡ଼ ସଦର ବ୍ଳକ କାଳିକା ପ୍ରସାଦ ପଞ୍ଚାୟତ ଆନ୍ତର୍ଗତ ଆଡଚେର 14ନମ୍ବର ୱାର୍ଡ଼ ମେମ୍ବର ଜିତେନ୍ଦ୍ର ମହାନ୍ତି ଙ୍କ ଘରେ ବୁଧବାର ବିଳମ୍ବିତ ରାତି 2ଟା ସମୟ ରେ ସଟସର୍କିଟ ରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିଲା,ନିଆଁ ଲାଗିବା ମାତ୍ରେ ଜିତେନ୍ଦ୍ର ଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକ ନିଆଁ ଲିଭାଇ ବାକୁ ଚେଷ୍ଟା କରିଥିଲେମଧ୍ୟ ଲିଭାଇ ପାରିନଥିଲେ, ଖବର ପାଇ ଘଟଣାସ୍ଥଳ ରେ ନୟାଗଡ଼ ଅଗ୍ନିସମ ବିଭାଗ ରକର୍ମଚାରୀ ପହଂଚି ଦେଢ଼ଘଣ୍ଟା ପରିଶ୍ରମ ପରେ ନିଆଁ କୁ ଆୟତ କରିଥିଲେ,

ଅଗ୍ନି କାଣ୍ଡ ରେ ଜିତେନ୍ଦ୍ର ଙ୍କ 1ଟି ଗାଇ,2ଟି ମେଣ୍ଢା ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଗୋଟିଏ ମଟର ସାଇକେଲ ପୋଡି ଯାଇଛି,ଓ ଦୁଇଟି ଗାଇ ଗୁରୁତ୍ୱର ଆହାତ ହୋଇଛନ୍ତି,ତତ ସହିତ ଘରେ ଥିବା ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି, ଖବର ପାଇ ସଖାଳୁ ନୟାଗଡ଼ ବ୍ଳକ ଅଧକ୍ଷ, କିଶୋରଚନ୍ଦ୍ର ସାହୁ, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ପହଂଚି ସରକାରଙ୍କ ତରଫରୁ ତତ୍କାଳ ଜରିପାଲ,

ଯୋଗାଇ ଦିଆ ଯାଇଥିବା ବେଳେ ଯଥା ଶୀଘ୍ର ଜିତେନ୍ଦ୍ର ପରିବାରକୁ କ୍ଷତି ପୂରଣ ଯୋଗାଇ ଦିଆ ଯିବ ଵୋଲି ପ୍ରତିଶୃତି ଦିଆ ଯାଇଛି, ସ୍ଥାନୀୟ ଜିଲାପରିଷଦ, ସରୋଜ କୁମାର ରଣସିଂ, ସରପଞ୍ଚ, ଓ ସମିତି ସଭ୍ୟା ପହଂଚି ଜିତେନ୍ଦ୍ର ଙ୍କୁ ସମବେଦନାଜଣାଇଛନ୍ତି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ