ଅପ୍ରେଲ ୨୨ ତାରିଖ ଦିନ କାଶ୍ମୀର ପ୍ରଦେଶ ର ପେହେଲା ଗ୍ରାମ ପର୍ଯ୍ଯଟନ କ୍ଷେତ୍ର ଠାରେ ନିରସ୍ତ୍ର ଓ ନିରିହ ପର୍ଯ୍ଯଟକ ମାନଙ୍କ ଉପରେ ଆତଙ୍କବାଦୀଙ୍କ ଅମାନୁଷିକ ଆକ୍ରମଣ କୁ ସିପିଆଇ (ଏମ) ତରଫରୁ ତୀବ୍ର ନିନ୍ଦା କରାଯାଇ ଥିଲା। ଗତକାଲି ସନ୍ଧ୍ୟା ୬ଟାସମୟ ରେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ବ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ଶହୀଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଯାଇ ଥିଲା। ଆମ ଦେଶରୁ ଆତଙ୍କବାଦର ମୂଳପୋଛ ପାଇଁ ସରକାରଙ୍କ ପଦକ୍ଷେପ କୁ ପାର୍ଟି ତରଫରୁ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ବକ୍ତା ମାନେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୌକିଦାର ବୋଲି କହି ସାଧାରଣ ଜନତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇ ଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଦାୟିତ୍ୱ ହୀନତା ପାଇଁ ପୁଲୟାମା ରେ ୪୦ ଜଣ ଯବାନ ନିହତ ହୋଇ ଥିବାବେଳେ ଏଯାବତ ଏହାର ଚୁଡାନ୍ତ ତଦନ୍ତ ଶେଷ ହୋଇ ନାହିଁ। ଏଥିପାଇଁ ସରକାର କାଠ ଗଡା ରେ ଥିଲାବେଳେ ବର୍ତ୍ତମାନ ବିହାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆତଙ୍କବାଦୀ ମାନେ ୨୬ ଜଣ ପର୍ଯ୍ଯଟକ ଙ୍କୁ ନିର୍ମମ ଭାବେ ହତ୍ୟା କରିବା ଏକ ଯୋଜନାବଦ୍ଧ କାର୍ଯ୍ଯ ବୋଲି ବକ୍ତା ମାନେ କହିଥିଲେ। ସରକାର ଙ୍କ ଦୁର୍ବଳ ସୁରକ୍ଷା ନୀତି ଯୋଗୁଁ ପୁଲୁଓ୍ବାମା ରେ ୪୦ ଜଣ ସୁରକ୍ଷା କର୍ମୀ ଶହୀଦ ହେଲା ଭଳି ପେହେଲା ଗ୍ରାମ ଠାରେ ୨୦୦୦ ପର୍ଯ୍ୟଟକ ଙ୍କ ଉପସ୍ଥିତ ଥିଲାବେଳେ ସରକାର କୌଣସି ପୋଲିସ କିମ୍ବା ସୁରକ୍ଷା କର୍ମୀ ମୃତୟନ ନ କରିବା ସରକାରଙ୍କ କାର୍ଯ୍ଯ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ପାର୍ଟି ତରଫରୁ କୁହାଯାଇଛି।ଆତଙ୍କବାଦ କୁ ରୋକିବାରେ ବିଫଳ ହୋଇ ଥିବା ବିଜେପି ମୋଦୀ ସରକାର ଏହି ଆତଙ୍କି ଘଟଣା କୁ ନେଇ ସାମ୍ପ୍ରଦାୟିକ ବା ଧର୍ମୀୟ ଉତ୍ତେଜନା ସୃଷ୍ଟି କରିବା ଦୁର୍ଭାଗ୍ୟ ଜନକ ବୋଲି ବକ୍ତାମାନେ କହିଥିଲେ। ଏହି ଘଟଣାକୁ ନେଇ ସରକାର ଅଯଥା ରାଜନୀତି ନ କରି ସର୍ବଦଳୀୟ ବୈଠକ ଡାକି ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି।
ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ଯକ୍ରମ ରେ ପାର୍ଟିର ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ସୁରେଶ ସ୍ଵାଇଁ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
