ଆସନ୍ତାକାଲି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ 4ଗୋଟି ବିଧାନ ସଭାନିର୍ବାଚନ ମଣ୍ଡଳୀ ଓ 3ଗୋଟି ସଂସଦୀୟ କ୍ଷେତ୍ର ର ଭୋଟ ଗଣତି ସକାଳ 8ଟା ରୁ ଆରମ୍ଭ ହେବ, ଏଥି ନିମନ୍ତେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଟ୍ରାଫିକ ନିୟମକୁ କଡାକଡି କରିଛନ୍ତି, ନିୟମ ଅନୁସାରେ ସାଧାରଣ ଜନତା ଙ୍କ ର ଗାଡି ଗୁଡିକ ଜଗନ୍ନାଥ ମନ୍ଦିର ରୁ ଡ଼ିଆରଡିଏ ପର୍ଯ୍ୟନ୍ତ ନିୟନ୍ତ୍ରିତ ହେବ, ଡିଆରଡିଏ ରୋଡ଼ ରେ ଟ୍ରାଫିକ ସମସ୍ୟା କୁ ପରିଚାଳନା କରିବା ପାଇଁ ଅନାବଶ୍ୟକ ଚଳାଚଳ କୁ ବନ୍ଦ କରାଯିବ, କେବଳ ପ୍ରାଧିକୃତ ଗଣନା ଅଧିକାରୀ, ପ୍ରାଧିକୃତ ବ୍ୟକ୍ତି, ତଥା ପ୍ରାଥୀ, ଓ ଏଜେଣ୍ଟ, ପ୍ରାଧିକୃତ ସାମ୍ବାଦିକ (ଯେଉଁ ମାନଙ୍କର ବୈଧ କାର୍ଡ, ଓ ପାସ ଥିବସେମାନଙ୍କୁ ଜଗନ୍ନାଥ ମନ୍ଦିର ରାସ୍ତା ରୁ ଡିଆରଡିଏ ରୋଡ଼ ରେ ଯାତାୟତ କରିପାରିବେ, ସେମାନଙ୍କ ଗାଡି ନୟାଗଡ଼ ପିଟିଏସ ପଡିଆ ଠାରେ କ୍ରମ ଅନୁସାରେ ପାର୍କିଙ୍ଗ କରିବେ,

ଏଥି ସହିତ ଜରୁରୀ କାଳୀନ ଜାନ କେବଳ ପିଟିଏସ ଛକ ଠାରୁ ଷ୍ଟାଡିଅମ ଛକ ପର୍ଯ୍ୟନ୍ତ ଯାଇପାରିବ, ପିଟିଏସ ଛକ ଠାରୁ ଷ୍ଟାଡିଅମ ରାସ୍ତା ପର୍ଯ୍ୟନ୍ତ ଆଉ କୋୖଣସି ଜାନ କୁ ଛଡା ଯିବ ନାହିଁ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 200ମିଟର ପାରିପାର୍ସିକ ସ୍ଥିତଜାନ ଶୂନ୍ୟ ଜୋନ ଭାବେ ଘୋଷଣା କରାଯାଇଛି,ନୟାଗଡ଼ କଲେଜ ରୋଡ଼ ରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ରୁ ବାରମାସୀ ଦଣ୍ଡା ଏବଂ ପିଟିଏସ ଛକ ଠାରୁ ପିଟିଏସ କଲୋନୀ ପର୍ଯ୍ୟନ୍ତ ନୋ ପାର୍କିଙ୍ଗ,, ନୋ ହଲଟିଙ୍ଗ, ଜୋନ ଭାବେ ଘୋଷଣା କରାଯାଇଛି,କେବଳ ପଥ ଚାରି ମାନଙ୍କୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 200ମିଟର ପରିପାର୍ଶ୍ୱ ରେ ଅନୁମତି ଦିଆ ଯିବ,ସମସ୍ତ ଟ୍ରାଫିକ ନିୟମ କୁ ପାଳନ କରିବା ପାଇଁ ନୟାଗଡ଼ ପୋଲିସ ପକ୍ଷରୁ ନିର୍ଦେଶ ନାମା ଜାରୀ ରହିଛି