Skip to content

ଇକିରି ପଞ୍ଚାୟତ ସମୀକ୍ଷା ସହ ୫-ଟି ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ନୟାଗଡ଼ ବ୍ଲକ ଅନ୍ତର୍ଗତ ଇକିରି ଗ୍ରାମ ପଞ୍ଚାୟତ ଇକିରି ଗ୍ରାମରେ ଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଓ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ । ସେ ପ୍ରଥମେ ଇକିରି ପଞ୍ଚାୟତରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ପଞ୍ଚାୟତରେ ହୋଇଥିବା ବିଭିନ୍ନ କାର୍ଯ୍ୟର ଫାଇଲି କୁ ସମୀକ୍ଷା କରିଥିଲେ ।

ଏହାପରେ ୫-ଟି ରେ ଅନ୍ତର୍ଭୁକ୍ତ ହୋଇଥିବା ଅଚ୍ଯୁତାନନ୍ଦ ହାଇସ୍କୁଲ ରେ ପହଞ୍ଚି ୫-ଟି କାର୍ଯ୍ୟର ସମୀକ୍ଷା କରିଥିଲେ, ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିର୍ନ ପ୍ରସଙ୍ଗ ଆଲୋଚନା କରିଥିଲେ, ସାଇନ୍ସ ଲ୍ୟାବ, ଇ-ଲାଇବ୍ରେରୀ ଗୃହ ବୁଲିବାସହ 5-ଟି ରେ ଅନ୍ତର୍ବୁକ୍ତ ହେବା ଦ୍ୱାରା ପିଲାମାନେ କିପରି ସଫଳତା ପାଉ ଛନ୍ତି ଏହି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ,

କୌଣସି ଅସୁବିଧା ହେଲେ ତୁରନ୍ତ ଯୋଗାଯୋଗ କରିବା ପାଇଁ ପ୍ରଧାନ ଶିକ୍ଷକ ଙ୍କ ପରାମର୍ଶ ଦେଇ ଥିଲେ,ଏହା ପରେ ଜିଲାପାଳ ଝରଦେଇ ପୀଠ ପରିଦର୍ଶନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବ୍ଳକ ବିଡ଼ିଓ ପଦ୍ମ ଚରଣ ସାହୁ, ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ମୁରଲୀଧର ରାଉତ, ଜିପିଇଓ ତୁଷାରକାନ୍ତ ରାଉତ, ସ୍ଥାନୀୟ ସରପଞ୍ଚ ରଂଜିତା ଦାସ, ସମିତିସଭ୍ୟା ପୁଷ୍ପ ଲତା ରାଉଳ, ସରପଞ୍ଚ ଙ୍କ ପ୍ରତିନିଧି ମାନସ କୁମାର ଦାସ ପଞ୍ଚାୟତ ପିଇଓ ଲୋଚନ ମାର୍ଥା, ପ୍ରମୁଖ ଉପସ୍ଥିତ ଥିଲେ,

Ad 1