ଚମ୍ପତିପୁର ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ତରଫରୁ, ଇଟାମାଟି ଚମ୍ପତିପୁର ହଲ୍ଟ ପାଇଁ ରାସ୍ତାରୋକ କରାଯାଇଥିଲା । ଏହି ଆନ୍ଦୋଳନ ରେ ୧୫ ଗ୍ରାମ ପଞ୍ଚାୟତ ର ହଜାର ହଜାର ଲୋକ ରାସ୍ତା ରୋକ ସଫଳ କରିଥିଲେ । nh ୫୭ ରାଜପଥ କୁ 2ଘଣ୍ଟା ଅବରୋଧ କରାଯାଇଥିଲା ।ଏଥିରେ ୧୫ଗୋଟି ଗ୍ରାମ ପଞ୍ଚାୟତ ର ଲୋକ ସାମିଲି ହୋଇଥିଲେ ।

ସଭାକୁ ପରିଚାଳନା କରିଥିଲେ ମନୋଜ କୁମାର ସାହୁ।ଆନ୍ଦୋଳନ ରେ ସ୍ଥାନୀୟ ତହସିଲଦାର, ରେଲୱେ ବିଭାଗ ଅଧିକାର ଉପସ୍ଥିତ ହୋଇ ମାର୍ଚ୍ଚ ମାସ ରେ ଷ୍ଟେସନ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶ୍ମୁତି ଦେଲେ ।ତାଙ୍କ ପ୍ରତିଶ୍ରୁତି କୁ ଆଧାର କରି ରାସ୍ତାରୋକ ପ୍ରତ୍ୟାହାର କରାଗଲା ।ସଭାପତି ମନୋଜ କୁମାର ସାହୁ ସମିତି ତରଫରୁ ଘୋଷଣା କରିଛନ୍ତି ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ଗଣତାନ୍ତ୍ରିକ ଉପାୟରେ ଦାବି ଉପସ୍ଥାପନ କରାଗଲା ,ଯଦି ମାର୍ଚ୍ଚ ମାସ ରେ କାମ ଆରମ୍ଭ ନ ହୁଏ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ।

ଏଥିପାଇଁ ପ୍ରଶାସନ ଦାୟୀ ରହିବ।ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ ବିଶ୍ଵନାଥ ବରାଡ,ବିନୋଦିନୀ ମହାନ୍ତି,ଉମେଶ ପଟ୍ଟନାୟକ,ନିରଞ୍ଜନ ସାଥୁଆ, ଗଙ୍ଗାଧର ନିସଙ୍କ, ଇଟାମାଟି ବଜାର ସଭାପତି ହଜାରି ସାହୁ, ବିରେନ୍ଦ୍ର କୁମାର ନାୟକ, ପ୍ରମୋଦ କୁମାର ନାୟକ,ମନମୋହନ ମହାନ୍ତି ,,ସନ୍ତୋଷ ପାତ୍ର,ସମୀର ଲେଙ୍କା,ସନ୍ତୋଷ ସାହୁ, ପୂର୍ଣ୍ଣଚନ୍ଦ୍ର ଶାନ୍ତ, ବିଷ୍ଣୁ ପ୍ରସାଦ ସାହୁ , ଜଗନ୍ନାଥ ଦାସ ,କୁସ ମହାରଣା ,ଅନ୍ତର୍ଯ୍ୟାମୀ ସାହୁ , ମାଧବ ବେହେରା(ପାଗଳ ଭାଇ),ପ୍ରକାଶ କୁମାର ବେହେରା ,ସୁଶାନ୍ତ କୁମାର ସ୍ବାଇଁ,ପ୍ରତିମା ପରିଡ଼ା,ଯୋଗେଶ୍ୱର ବେହେରା ,କୁଞ୍ଜବନ ପରିଡ଼ା,ଅର୍ଜୁନ ବେହେରା,ବାସୁଦେବ ପତି , ପ୍ରଶାନ୍ତ ପୃଷ୍ଟି , ପ୍ରଦ୍ୟୁମ୍ନ କୁମାର ସାହୁ , ରମାକାନ୍ତ ସାହୁ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ