Skip to content

ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ବାର୍ଷିକ ଉତ୍ସବ, ରାଜ୍ୟ କାର୍ଯ୍ୟକାରୀଣି ବୈଠକ

ନୟାଗଡ଼ ଜିଲ୍ଲା ରେ ଉତ୍କଳ ସାମ୍ବାଦିକସଙ୍ଘ ରାଜ୍ୟ କାର୍ଯ୍ୟକାରିଣୀ ଓ ନୟାଗଡ଼ ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି,ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରତ୍ୟକ ଜିଲ୍ଲା ରୁ ସାମ୍ବାଦିକ ମାନେ ଯୋଗ ଦେଇ ଥିଲେ, ନୟାଗଡ଼ ସାମ୍ବାଦିକ ଭବନଠାରୁ ସାମ୍ବାଦିକ ଙ୍କ ବିଶାଳ ଶୋଭାଯାତ୍ରା ଆରମ୍ଭହୋଇ ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଥରେ ପହଁଚିଥିଲା, ରାଜ୍ୟ ସଭାପତିବିଭୁତି ଭୁଷଣ କର ଙ୍କ ସଭାପତି ତ୍ବ ରେ ପ୍ରଥମେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା,

ଉକ୍ତ ବୈଠକ ରେ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ପୁର୍ଣ ଚନ୍ଦ୍ର ନାୟକ, କୋଷାଧକ୍ଷ ରାଜେନ ଚୌଧୁରୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ବୈଦ୍ୟ ଭୁଷଣ ମହାପାତ୍ର, ପ୍ରମୁଖ ମଂଚାସୀନ ଥିଲେ, ସଙ୍ଘ କିଭଳି ମଜଭୁତ ରହିବ, ସଦସ୍ୟ ସଂଖ୍ୟା ବୃଦ୍ଧି, ଭୁବନେଶ୍ୱରଠାରେ ସଙ୍ଘ ପକ୍ଷରୁ ଏକ ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ଆଲୋଚନା ହୋଇଥିଲା, ସାମ୍ବାଦିକ ସୁରକ୍ଷା ଆଇନ, ରାଜ୍ୟ ସରକାର ପ୍ରଦାନ କରୁଥିବା ବୀମା ସମ୍ପର୍କରେ ଆଲୋଚନା ହୋଇ ଥିଲା, ଦ୍ୱିତୀୟ ଅଧିବେଶନ ରେ ଉତ୍କଳ ସାମ୍ବାଦିକ ସଂଙ୍ଘ ନୟାଗଡ଼ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ. ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଙ୍ଘ ରାଜ୍ୟ ସଭାପତି ବିଭୁତି ଭୁଷଣ କର, ସଂମ୍ମାନିତ ଅତୀଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀକାନ୍ତଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟ ଭୁଷଣ ମହାପାତ୍ର, ବରିଷ୍ଠ ଭେଷଜବିଶେଷଜ୍ଞ ଡ଼ ସିଦ୍ଧାର୍ଥ ଦାସ ପ୍ରମୁଖ ମଞ୍ଚାସିନ ଥିଲେ,

ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ସ୍ୱାଗତ ଅଭିଭାଷଣ ରଖିଥିଲେ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ ଉତ୍କୃଷ୍ଟ ଜୀବିକା ହେଉଛି ସାମ୍ବାଦିକତାବୋଲି କହିଥିଲେ, ଆମ ପାଇଁ ବଡ଼ ଆମ ନୟାଗଡ଼ ସ୍ଲୋଗାନ ମାଧ୍ୟମ ରେ ନୟାଗଡ଼ବିଧାୟକ ନୟାଗଡ଼ବାସୀଙ୍କୁ ମାଟି ମନସ୍କ କରି ଦେଇଛନ୍ତି ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କର କହି ଥିଲେ, ସାମ୍ବାଦିକଙ୍କ ବୀମା ପାଇବା ବ୍ୟବସ୍ତା ମୂଳ ଦୁଆ ନୟାଗଡ଼ ବିଧାୟକ ମନ୍ତ୍ରିତ୍ୱ ଥିବା ସମୟ ରେ ପଡିଥିଲା, ନୟାଗଡ଼ ଏବେ ରୂପାନ୍ତରିତ ସହରରେ ପରିଣତ ହୋଇଛି, ନେତା ମଧ୍ୟ ରେ ଦୂରଦୃଷ୍ଟି ନ ଥିଲେ ବିକାଶ ହୋଇ ପାରିବ ନାହିଁ, ବରିଷ୍ଠ ସାମ୍ବାଦିକଙ୍କୁ ପେନଶନ, ସ୍ୱାସ୍ଥ୍ୟ ବୀମା ଯୋଜନା ରେ ପିତା ମାତା ଓ 25ବର୍ଷ ରୁଉର୍ଦ୍ଧ ଅବିବାହିତ ପୁଅ ଝିଅ ଙ୍କୁ ସବୁ.ସାମିଲ କରିବା ପାଇଁ ରାଜ୍ୟ ସଭାପତି ଦାବି ରଖିଥିଲେ,

ଏହି ଅବସରରେ ନୟାଗଡ଼ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ଙ୍କୁ ସାମ୍ବାଦିକ ବନ୍ଧୁ ଓ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା, ସିଦ୍ଧାର୍ଥ ଦାସ ଙ୍କୁ ଜୀବନ ମିତ୍ର ସଂମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,

Ad 1